ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ

ମୁମ୍ବାଇ: ଅଭିନେତା ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ ଉଦ୍ୟମ କରି ଦୁଇ ବ୍ୟକ୍ତି ଗିରଫ । ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ଗିରଫ ୨ ଅଭିଯୁକ୍ତ ହେଲେ ଅଜେଶ କୁମାର ଓମପ୍ରକାଶ ଗିଲ୍ ଓ ଗୁରୁସେବକ ସିଂ ତେଜସିଂ ଶିଖ୍ । ସୁପରଷ୍ଟାରଙ୍କୁ ଦେଖିବା ଲାଗି ସେମାନେ ଅର୍ପିତା ଫାର୍ମହାଉସରେ ପ୍ରବେଶ ଉଦ୍ୟମ କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ଭୁଲ ସୂଚନା ଦେଇଥିଲେ । ସେମାନେ ସଲମାନଙ୍କ ଫ୍ୟାନ ହୋଇଥିବାରୁ ତାଙ୍କୁ ଭେଟିବାର ସୁଯୋଗ ଦେବା ଲାଗି ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ଅନୁରୋଧ କରିଥିଲେ । ଅଭିଯୁକ୍ତ ୨ ଜଣ ପାଚେରୀ ଡେଇଁବା ସହ ତାର କାଟି ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ସେମାନଙ୍କ ନିକଟରୁ ପୋଲିସ ଆଧାର କାର୍ଡ ଜବତ କରିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ଧମକ ପରେ ଗତବର୍ଷଠାରୁ ସଲମାନଙ୍କୁ ଦିଆଯାଇଛି ଓ୍ବାଇ ପ୍ଲସ ସିକ୍ୟୁରିଟି ।