ପାଇଖାନା ଟାଙ୍କିରୁ ଉଦ୍ଧାର କରିବାକୁ ଯାଇ ଉଭୟ ମାଲିକ ଓ ଶ୍ରମିକ ମୃତ

ଫୁଲବାଣୀ: ପିଟବାରି ଗାଁରେ ଅଘଟଣ । ପାଇଖାନା‌ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସନ୍ତୋଷ କହଁର ଓ ସଞ୍ଜୟ ପ୍ରଧାନ । ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁରେ ଏକ ନୂଆ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ୍‌ କାଠ ବାହାର କରିବାକୁ ଯାଇ ସନ୍ତୋଷ କହଁର ଶ୍ବାସରୁଦ୍ଧ ହୋଇ ଟାଙ୍କି ଭିତରେ ଅଚେତ ହୋଇପଡ଼ିଯାଇଥିଲେ । ଏହା ଦେଖି ଘର ମାଲିକ ସଞ୍ଜୟ ପ୍ରଧାନ ତାଙ୍କୁ ଉଦ୍ଧାର କରିବା ନେଇ ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ ।ହେଲେ ସେ ମଧ୍ୟ ଟାଙ୍କି ଭିତରୁ ବାହାରି ପାରିନଥିଲେ । ଗ୍ରାମବାସୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀର କର୍ମଚାରୀମାନେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସେମାନଙ୍କୁ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ‘ତାରଜନ୍’ ଚଳଚ୍ଚିତ୍ର ଅଭିନେତା ଜୋ ଲାରାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

Leave a Reply