spot_img

Latest Posts

ଦିବ୍ୟାଙ୍ଗ ହୋଇ ବି ଅସାଧାରଣ ସଫଳତା! ୭୨ ବର୍ଷରେ ୩୦ ମହିଳାଙ୍କୁ ଦେଉଛନ୍ତି ସ୍ୱାବଲମ୍ବୀ ହେବାର ରାହା

ନନ୍ଦିଘୋଷ ବିୁରୋ: ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଦୃଢ ମନୋବଳ ଓ ଅସୀମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ନିଜ ଗୋଡରେ ନିଜେ ଛିଡା ହେବା ସହ ଅନ୍ୟ ମହିଳାଙ୍କୁ ଦେଉଛନ୍ତି ସ୍ୱାବଲମ୍ବୀ ହେବାର ରାହା। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଯଶବନ୍ତପୁର ଗାଁର ୭୨ ବର୍ଷୀୟା ସତ୍ୟଭାମା ସାହୁ। ସେ ଯେତେବେଳେ ବର୍ଷକର ହୋଇଥିଲେ ପୋଲିଓ ରୋଗରେ ପୀଡିତ ହୋଇଥିଲେ। ଛୋଟ ବେଳୁ ବାପା ମାଙ୍କୁ ମଧ୍ୟ ହରାଇଥିଲେ। ତେଣୁ ଡେରିରେ ପାଠ ପଢିବା ସହ ଗାଁର କିଛି ପିଲାଙ୍କୁ ଟ୍ୟୁସନ କଲେ। ପରେ ଗାଁରେ ଥିବା ଏକ ଝାଟି ମାଟି ନିର୍ମିତ ଆଶ୍ରମକୁ ଆସିଥିଲେ ସତ୍ୟଭାମା। ସେଠାରେ ଏକ ସିଲେଇ ମେସିନ ପକାଇ ସିଲେଇ କରିବା ସହିତ ପିଲାଙ୍କୁ ଟ୍ୟୁସନ କରି ଯାହା ୨ ପଇସା ରୋଜଗାର କରନ୍ତି ତାକୁ ଆଶ୍ରମର ଉନ୍ନତିକରଣ ସହିତ ପରୋପକାରରେ ଖର୍ଚ୍ଚ କରନ୍ତି । ୨୦୦୪ ମସିହାରେ ଗାଁର ମହିଳାଙ୍କୁ ଧରି ଆରମ୍ଭ କଲେ ସ୍ୱୟଂ ସହାୟିକା ଗୋଷ୍ଠୀ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।

ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ପ୍ରାୟ ୩୦ ଜଣ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି। ଅଗରବତୀ ତିଆରିଠାରୁ ଆରମ୍ଭ କରି ଖଲି ନିର୍ମାଣ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ସେ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଦେଉଛନ୍ତି। ଶାରୀରିକ ଅକ୍ଷମତା ମଣିଷର ସ୍ୱପ୍ନ, ସାହସ ଓ ସେବା ମନୋଭାବକୁ କେବେ ବାନ୍ଧି ରଖିପାରେ ନାହିଁ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ସତ୍ୟଭାମା। ଆଉ ଅନ୍ୟଙ୍କ ପାଇଁ ସାଜିଛନ୍ତି ପ୍ରେରଣା।

Latest Posts

Don't Miss