ମ୍ୟାଚ୍ ଫିକ୍ସିଂ ପାଇଁ ବ୍ୟାନ୍ ହୋଇଥିବା ଏହି ଖେଳାଳିଙ୍କ BCCIକୁ ଗୁହାରୀ

1 min read

ଆଇପିଏଲ ..ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାକୁ ନେଇ ଦର୍ଶକ ହୁଅନ୍ତୁ କିମ୍ବା ଖେଳାଳୀ ସମସ୍ତଙ୍କ ଭିତରେ ଥାଏ ଉତ୍ସାହ । ହେଲେ କରୋନା ମହାମାରୀ କାରଣରୁ ଚଳିତବର୍ଷର ଆଇପିଏଲ ବିନା ଦର୍ଶକରେ ଖେଳାଗଲା । ଯାହା ଏକ ଚର୍ଚ୍ଚାର ବିଷୟ ଥିଲା । କିନ୍ତୁ ଆଇପିଏଲକୁ ନେଇ ଚର୍ଚ୍ଚା କେବଳ ଏବେ ନୁହେଁ ପୂର୍ବରୁ ବି ହୋଇଛି । ୨୦୧୩ ଆଇପିଏଲର ବିବାଦ ଆଜି ବି କେହି ଭୁଲିନଥିବେ । ଆଇପିଏଲ-୨୦୧୩ ସ୍ପଟ ଫିକ୍ସିଂ ଯୋଗୁଁ ବିବାଦ ଘେରକୁ ଆସିଥିଲା । ଆଉ ଏହି ଫିକ୍ସିଂ ରେ ସାମିଲ ଥିବା ଖେଳାଳୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ସ୍ପଟ ଫିକ୍ସିଂ କାରଣରୁ ବିସିସିଆଇ ୩ଜଣ ଖେଳାଳୀଙ୍କୁ ଆଜୀବନ ବ୍ୟାନ କରିଦେଇଥିଲେ । ଏହି ଖେଳାଳୀ ମାନେ ଥିଲେ ଏସ୍ ଶ୍ରୀଶନ୍ତ, ଅଙ୍କିତ  ଓ ଅଜିତ ଚଣ୍ଡିଲା । ଦିଲ୍ଲୀ ପୋଲିସ ସେ ସମୟରେ ଏହି ୩ଜଣ ଖେଳାଳୀଙ୍କୁ ମୁମ୍ବାଇରୁ ଗିରଫ କରିଥିଲା । ସେ ସମୟରେ ପୋଲିସ ଅନେକ ବଡ ବଡ କ୍ରିକେଟ ଦୁନିଆର ଗୁମରୁ ପରଦା ହଟାଇଥିଲା । କ୍ରିକେଟ ପ୍ରେମୀ ଏହି ୩ଜଣ ଖେଳାଳୀଙ୍କର ଆରେଷ୍ଟ ଖବର ଦେଖି ବିଶ୍ୱାସ କରିପାରୁନଥିଲେ । କିନ୍ତୁ ଏହି ଘଟଣା ସତ ଥିଲା ।

 

ପରବର୍ତ୍ତୀ ମୂହୂର୍ତ୍ତରେ ଶ୍ରୀଶନ୍ତଙ୍କ ଦଣ୍ଡ କମ୍ ହେବାପରେ ପୁଣିଥରେ ସେ ମଇଦାନରେ ଓହ୍ଲାଇସାରିଛନ୍ତି । କିନ୍ତୁ ଏହାରି ଭିତରେ ଅଙ୍କିତ ଚହ୍ୱାନଙ୍କର ଦାବି ଯେ ବିସିସିଆଇର ଲୋକପାଳ ଡିକେ ଜୈନ ତାଙ୍କ ଦଣ୍ଡକୁ କମାଇ ୭ବର୍ଷ କରିଦେଇଛନ୍ତି । ହେଲେ ଏ ସମ୍ବନ୍ଧରେ ବିସିସିଆଇ ତରଫରୁ କୈାଣସି ଅଫିସିଆଲ ଚିଠି ମିଳିନାହିଁ । ଅଙ୍କିତଙ୍କ କହିବା ଅନୁସାରେ ସେ ମୁମ୍ବାଇ କ୍ରିକେଟ ଏସୋସିଏସନରୁ ସହାୟତା ମାଗିଥିଲେ । ଲୋକପାଳ ୩ ମେ ରେ ଦଣ୍ଡ କମାଇବାର ନିଷ୍ପତ୍ତି ଶୁଣାଇଥିଲେ । ଦେଖିବାକୁ ଗଲେ ୨୦୨୦ ସେପ୍ଟେମ୍ବରରୁ ତାଙ୍କ ଉପରେ ଲାଗିଥିବା ବ୍ୟାନ ପୁରା ହୋଇଯାଇଛି । ସେଥିପାଇଁ ଅଙ୍କିତ ଲୋକପାଳଙ୍କ ଆଦେଶ ସହ ବିସିସିଆଇକୁ ଏକ ଚିଠି ମଧ୍ୟ ଲେଖିଥିଲେ ।

କିନ୍ତୁ ଅଙ୍କିତଙ୍କ ଚିଠିର କୈାଣସି ଉତ୍ତର ଏବେ ପର୍ଯ୍ୟନ୍ତ ବିସିସିଆଇ ତରଫରୁ ମିଳିନାହିଁ । ସେଥିପାଇଁ ମୁମ୍ବାଇ କ୍ରିକେଟ ଏସୋସିଏସନଙ୍କୁ ଅଙ୍କିତ ଅପିଲ୍ କରିଚାଲିଛନ୍ତି ଯେ କେବେ ସେ ପୁଣିଥରେ ମଇଦାନରେ ଖେଳିପାରିବେ । ଏବେ ଆପଣ ଭାବୁଥିବେ ଶ୍ରୀଶନ୍ତ କେଉଁଭଳି ମଇଦାନକୁ ଫେରିପାରିଲେ । ବିସିସିଆଇ ଶ୍ରୀଶନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବ୍ୟାନକୁ ପରବର୍ତ୍ତୀ ମୂହୂର୍ତ୍ତରେ ସୁପ୍ରିମକୋର୍ଟ କମ୍ କରିଦେଇଥିଲେ । ସେଥିପାଇଁ ସେ ପୁଣିଥରେ ମଇଦାନରେ ଖେଳିପାରିଥିଲେ । ତେବେ ଆହୁରୀ ମଧ୍ୟ ଜାଣିରଖନ୍ତୁ ୨୦୦୭ ଟି-୨୦ ବିଶ୍ୱ କପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳରେ ଶ୍ରୀଶନ୍ତ ସାମିଲ ଥିଲେ ।

Leave a Reply