ଉଡ଼ନ୍ତା ବିମାନର ଇଞ୍ଜିନରେ ଲାଗିଲା ନିଆଁ

କାଠମାଣ୍ଡୁ: ଉଡ଼ନ୍ତା ବିମାନରେ ଲାଗିଗଲା ନିଆଁ । ନେପାଳର ତ୍ରିଭୂବନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡାଣ ଭରିଥିବା ଫ୍ଲାଏ ଦୁବାଇର ଏକ ବିମାନରେ ଆକସ୍ମିକ ଲାଗିଯାଇଥିଲା ନିଆଁ । ବିମାନରେ ୫୦ ନେପାଳୀ ଯାତ୍ରୀଙ୍କ ସମେତ ୧୫୦ ଯାତ୍ରୀ ଥିବା ସୂଚନା ମିଳିଛି । ବିମାନଟି କାଠମାଣ୍ଡରୁ ଦୁବାଇ ଯାଉଥିବାବେଳେ ଏହି ଘଟଣା ଘଟିଛି । ନିଆଁ ଲାଗିବା ପରେ ବିମାନର କ୍ରାସଲ୍ୟାଣ୍ଡିଂ କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏବେ ବିମାନଟି କାଠମାଣ୍ଡୁରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଫ୍ଲାଏ ଦୁବାଇର ଏହି ବିମାନର ଏକ ଇଞ୍ଜିନରେ ରାତି ୯ଟା ଆଖପାଖରେ ନିଆଁ ଲାଗିଯାଇଥିଲା । ଏହାପରେ ଏୟାରପୋର୍ଟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଗ୍ନିଶମ ବିଭାଗର ଅନେକ ଗାଡ଼ିକୁ ଘଟଣାସ୍ଥଳରେ ରଖାଯାଇଥିଲା । ଏବେ ସ୍ଥିତି ସାମାନ୍ୟ ହେବା ପରେ ପୁଣିଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ବିମାନଟି ଯାତ୍ରା କରିଛି ।