spot_img

Latest Posts

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ

ନନ୍ଦିଘୋଷ ବ୍ୟୁରୋ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ। କୋଚିନ ମିନେରାଲ୍ସ ଆଣ୍ଟ ରୁଟାଇଲ ଲିମିଟେଡ ବା CMRL ଦୁର୍ନୀତି ମାମଲାରେ ସମନ ଜାରି ହୋଇଛି। ବିଜୟନଙ୍କ ସହ ତାଙ୍କ ଝିଅ ଟି. ବୀଣା, ତାଙ୍କ ସ୍ବାମୀ ପିଏ ମହମ୍ମଦ ରିୟାସଙ୍କ ନାଁରେ ବି ସମନ ଜାରି ହୋଇଛି। ଆସନ୍ତା ୨୩ରେ ହାଜର ହେବାକୁ ବିଜୟନଙ୍କୁ ଜାରି ହୋଇଛି ନୋଟିସ। ଏହି ସମନ ଜାରି ହେବା ପରେ ତାଙ୍କ ବିରୋଧରେ ଭିଜିଲାନ୍ସ, ଦୁର୍ନୀତି ନିବାରଣ ବ୍ୟୁରୋ ଓ ଇଡି ପକ୍ଷରୁ ତଦନ୍ତ ଚାଲିବ। ସେପଟେ ବିଜୟନଙ୍କ ଓକିଲ କହିଛନ୍ତି- ଇଡି ନିକଟରେ ହାଜର ହୋଇ ପକ୍ଷ ରଖିବେ ବିଜୟନ। ଗତ ଗୁରୁବାର ବିଜୟନଙ୍କ ବିରୋଧରେ ମାମଲା ରୁଜୁ ଲାଗି କେରଳ ହାଇକୋର୍ଟଙ୍କ ଖଣ୍ଡପୀଠ ଜଣିକିଆ ବିଚାରପତିଙ୍କ ଆଦେଶକୁ ବଳବତ୍ତର ରଖିଥିଲେ।

Latest Posts

Don't Miss