spot_img

Latest Posts

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି

ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲା। ନ୍ୟୁ ଚଣ୍ଡିଗଡ଼ରେ ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ। ସିରିଜର ପ୍ରଥମ ମ୍ଯାଚ ଜିତି ୧-୦ରେ ଆଗୁଆ ରହିଛି ଭାରତ। ୫ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚରେ ଭ୍ରମଣକାରୀ ଦଳକୁ ପୁଣି ଚକମା ଦେବା ଚକ୍କରରେ ଟିମ୍ ଇଣ୍ଡିଆ। ପ୍ରଥମ ମ୍ଯାଚ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ୧୦୧ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ଭାରତ। ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ଥିବାରୁ ଭାରତୀୟ ଦଳକୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦକ୍ଷିଣ ଆଫ୍ରିକା। ବାରବାଟୀରେ ଦଳର ବ୍ଯାଟ୍ସମ୍ଯାନ ବିଫଳ ହେବା ପରେ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ ଭ୍ରମଣକାରୀ ଦଳ। ୫ ଟିକିଆ ସିରିଜର ତୃତୀୟ ମ୍ଯାଚ ଧର୍ମଶାଳାରେ ୧୪ ତାରିଖରେ ଖେଳାଯିବ। ସେହିପରି ୧୭ରେ ଲକ୍ଷ୍ନୌରେ ଚତୁର୍ଥ ଓ ୧୯ରେ ଅହମ୍ମଦାବାଦରେ ଖେଳାଯିବ ପଞ୍ଚମ ମ୍ଯାଚ ।

Latest Posts

Don't Miss