ଆକାଶରେ ଧ୍ବଂସ ହେଲା ଏୟାର ଆମ୍ବୁଲାନ୍ସ ,ଚାଲିଗଲା ୪ ଜୀବନ

1 min read

ୟୁଏଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପୋଲିସ ଦ୍ୱାରା ଉଡାଯାଇଥିବା ଆବୁଧାବି ଏୟାର ଆମ୍ବୁଲାନ୍ସ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଆବୁଧାବି ପୋଲିସ ଏହି ଦୁର୍ଘଟଣା କେଉଁଠାରେ ଘଟିଛି ଏବଂ ଏହି ଦୁର୍ଘଟଣାର ପ୍ରକୃତ କାରଣ କଣ ସେ ସମ୍ପର୍କରେ କିଛି ସୂଚନା ଦେଇ ନାହିଁ। ତେବେ ଏହି ଦୁର୍ଘଟଣାରେ ଦୁଇ ପାଇଲଟ, ନାଗରିକ ଡାକ୍ତର ଏବଂ ଜଣେ ନର୍ସଙ୍କ ମୃତ୍ୟୁ ହୋଇଥିବା ପୋଲିସ ନିଶ୍ଚିତ ଭାବେ ସୂଚନା ଦେଇଛନ୍ତି। ଆବୁଧାବି ହେଉଛି ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ |

ଶନିବାର ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଆବୁଧାବି ପୋଲିସ କହିଛି। ଏକ ଟୁଇଟ ଜରିଆରେ ଅଧିକାରୀମାନେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଦୁଇଜଣ ପାଇଲଟ ଅଛନ୍ତି। ମୃତକଙ୍କ ମଧ୍ୟରେ କାମିସ୍ ସଇଦ ଅଲ-ହୋଲି, ମହମ୍ମଦ ଅଲ-ରସିଡି, ସହିଦ ଫାରୁକ୍ ଗୋଲାମ ଏବଂ ଜୋଏଲ କ୍ୟୁଇ ସାକାରା ମିନଟୋ ଅଛନ୍ତି। ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷ ସ୍ପଷ୍ଟ ସୂଚନା ଏଯାଏଁ ପ୍ରଦାନ କରିନାହାଁନ୍ତି। କିନ୍ତୁ ଏକ ଟୁଇଟରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଏହି ସମସ୍ତ ଲୋକ ଡ୍ୟୁଟିରେ ରହିଥିଲେ। ଘଟଣାର କିଛି ସମୟ ପରେ ଆବୁଧାବି ପୋଲିସ ଘନ କୁହୁଡ଼ି ହେତୁ ସଂଯୁକ୍ତ ଆରବ ଏମିରେଟ୍ସରେ ଗତି ଉପରେ ପ୍ରତିବନ୍ଧକ ଲଗାଇଥିଲା।

Leave a Reply