ନକଲି ସାର୍ଟିଫିକେଟ୍ ମାମଲା, ବିଦା ହେଲେ ୪ ଶିକ୍ଷକ  

1 min read

ବଲାଙ୍ଗୀର: ବଲାଙ୍ଗୀରରେ ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରି ମାମଲା । ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା ଆକ୍ସନ । ୪ ନକଲି ଶିକ୍ଷକଙ୍କୁ ବିଦାକରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସମସ୍ତଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ବହିଷ୍କୃତ ଶିକ୍ଷକ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିଲେ । ଗତ ୧୦ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ I ୨୦୧୩ ମସିହାରୁ ନକଲି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି  I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଜଣାପଡ଼ିଥିଲା । ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ  । ଅନ୍ୟ ତିନି ନକଲି ଶିକ୍ଷକ ଏବେ ବି ଫେରାର ଥିବା ସୂଚନା ମିଳିଛି । ସେମାନଙ୍କ ନାଁରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ବ୍ୟାଙ୍କକୁ ଚିଠି ଲେଖିଥିଲା ବଲାଙ୍ଗୀର ପୋଲିସ  ।