ଗୋରୁ ଚୋରାଚାଲାଣ ଅଭିଯୋଗ; ଜଣେ ଅଟକ, ୫ ଗୋରୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଗୋରୁ ଚୋରାଚାଲାଣ ହେଉଥିବା ବେଳେ ଅଟକାଇଲେ ଗ୍ରାମବାସୀ । ଘଟଣା ସ୍ଥଳରେ ବଜରଙ୍ଗ ଦଳର କର୍ମୀ ମାନେ ପହଁଞ୍ଚି ପିକ୍ ଅପ୍ ଭ୍ୟାନ୍ ରୁ ୫ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି।

 

ବାଲିଅନ୍ତା ଥାନା ସାହେବ ନଗର ଗ୍ରାମରୁ ଏହି ଗୋରୁ ସବୁ ଭଦ୍ରକ ଯାଉଥିଲା । ପୂର୍ବରୁ ଜଗି ରହିଥିବା ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ିର ଡ୍ରାଇଭର୍ ଲୋକମାନଙ୍କୁ ଧମକ ଚମକ ଦେଇ ଖସି ଯିବାକୁ ଉଦ୍ୟମ କରୁଥିଲା । ଖବର ପାଇ ବାଲିଅନ୍ତା ପୋଲିସ୍ ପହଁଞ୍ଚି ଗୋରୁ ଚୋରାଚାଲାଣ ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି । କିଛି ମାସ ପୂର୍ବେ ସାହେବ ନଗର ଗ୍ରାମରୁ ବିପୁଳ ପରିମାଣର ଗୋ ମାଂସ ଜବତ କରିଥିଲା ପୋଲିସ୍। ଏହି ବେଆଇନ୍ ଗୋ ଚାଲାଣ , ଗୋ ମାଂସ ଚାଲାଣ ଉପରେ ରୋକ୍ ନ ଲାଗିଲେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି ।

 

Leave a Reply