spot_img

Latest Posts

ଦୁଲାର ଚନ୍ଦ ଯାଦବ ହତ୍ୟା ମାମଲାରେ ନୂଆ ମୋଡ଼: ଅନନ୍ତ ସିଂହଙ୍କ ଆତ୍ମସମର୍ପଣ ଅବଧି ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ଦୁଲାର ଚନ୍ଦ ଯାଦବ ହତ୍ୟା ମାମଲାରେ ବାହୁବଳୀ ବିଧାୟକ ଅନନ୍ତ ସିଂହଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ସରେଣ୍ଡର କରିବା ପାଇଁ ତାଙ୍କୁ ଦିଆଯାଇଥିବା ସମୟସୀମାକୁ ବଢ଼ାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏବେ ଅନନ୍ତ ସିଂହ ଡିସେମ୍ବର ୪ ତାରିଖ ସୁଦ୍ଧା କିମ୍ବା ତା’ ପୂର୍ବରୁ ଆତ୍ମସମର୍ପଣ କରିବେ। ପୂର୍ବରୁ ତାଙ୍କୁ ଡିସେମ୍ବର ୧ ସୁଦ୍ଧା ସରେଣ୍ଡର କରିବାକୁ ନିର୍ଦ୍ଦେଶ ରହିଥିଲା। ତେବେ ତାଙ୍କ ଜାମିନ ବାତିଲ ହୋଇନାହିଁ, ବରଂ ସ୍ଥଗିତ ରହିଛି।

ଝିଅ ବିବାହ ପାଇଁ ବଢ଼ିଲା ସମୟସୀମା:
ଅନନ୍ତ ସିଂହଙ୍କ ଝିଅଙ୍କ ବିବାହ ନଭେମ୍ବର ୨୫ ତାରିଖରେ ହେବାକୁ ଥିବାରୁ ସରେଣ୍ଡର ସମୟସୀମା ବଢ଼ାଇବାକୁ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାକୁ ବିଚାରକୁ ନେଇ କୋର୍ଟ ସରେଣ୍ଡର ପାଇଁ ଡିସେମ୍ବର ୪ ତାରିଖ ଯାଏଁ ସମୟ ଦେଇଛନ୍ତି।

ତେବେ ଦୁଲାର ଚନ୍ଦ ଯାଦବଙ୍କ ନାତି ନୀରଜ କୁମାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରି ଅନନ୍ତ ସିଂହଙ୍କ ଜାମିନ ବାତିଲ କରିବା ସହ ତାଙ୍କୁ ପୁଣି ଜେଲ୍ ପଠାଇବାକୁ ଦାବି କରିଥିଲେ। ହାଇକୋର୍ଟ ଅନନ୍ତ ସିଂହଙ୍କ ଅପରାଧିକ ଇତିହାସକୁ ଯଥେଷ୍ଟ ଗୁରୁତ୍ୱ ନଦେଇ ଜାମିନ ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଚଳିତ ବର୍ଷ ମାର୍ଚ୍ଚରେ ପାଟନା ହାଇକୋର୍ଟ ଅନନ୍ତ ସିଂହଙ୍କୁ ଜାମିନ ଦେଇଥିଲେ। ଏହାସହ ମାମଲାର ତଦନ୍ତ ଅଧିକାରୀଙ୍କୁ ୪ ମାସ ମଧ୍ୟରେ ତଦନ୍ତ ଶେଷ କରି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ପ୍ରଚାର ବେଳେ ହୋଇଥିଲା ହତ୍ୟା:
୨୦୨୫ ଅକ୍ଟୋବର ୩୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ବିହାର ବିଧାନସଭା ନିର୍ବାଚନରେ ଅନନ୍ତ ସିଂହ ଜେଡିୟୁ ଟିକେଟ୍‌ରେ ମୋକାମା ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ଜନ ସୁରାଜ ପାର୍ଟିରୁ ପୀୟୂଷ ପ୍ରିୟଦର୍ଶୀ ପ୍ରାର୍ଥୀ ଥିଲେ। ପୀୟୂଷଙ୍କ ସମର୍ଥନରେ ପ୍ରଚାର କରୁଥିଲେ ଦୁଲାର ଚନ୍ଦ ଯାଦବ।

ଏହି ସମୟରେ ଉଭୟ ପକ୍ଷର କାରକେଡ୍ ମୁହାଁମୁହିଁ ହୋଇଥିଲା। ଏହି ଘଟଣାରେ ଦୁଲାର ଚନ୍ଦ ଯାଦବଙ୍କ ହତ୍ୟା ହୋଇଥିଲା। ମାମଲାରେ ଅନନ୍ତ ସିଂହଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା। ତେବେ ଜେଲ୍‌ରେ ରହି ମଧ୍ୟ ସେ ମୋକାମା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।

Latest Posts

Don't Miss