ରାଜ୍ୟରେ ଆଉ ୫୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

1 min read
581-corona recovered

ଭୁବନେଶ୍ୱର: ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ  ସୂଚନା ମିଳିଛି । ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ଭିତରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ମଧ୍ୟ ଆସୁଛି । ଯାହାକି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଏହି ୫୮୧ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୧୭ ହଜାର ୩୭୩ରେ ପହଞ୍ଚିଛି ।

୫୮୧ଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୬୦ ଜଣ ଥିବା ବେଳେ ଖୋର୍ଦ୍ଧାର ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡ଼ର ୨୫, ଭଦ୍ରକର ୨୩, କେନ୍ଦୁଝରର ୧୯, ଅନୁଗୁଳର ୧୭, ଜଗତସିଂହପୁରର ୧୪, କନ୍ଧମାଳର ୧୭, ସମ୍ବଲପୁରର ୧୪, ମୟୂରଭଞ୍ଜର ୧୨, ରାୟଗଡ଼ାର ୧୨, ସୁନ୍ଦରଗଡ଼ର ୧୨, ବାଲେଶ୍ୱରର ୧୦, ଝାରାସୁଗୁଡ଼ାର ୯, କେନ୍ଦ୍ରାପଡ଼ାର ୯, ପୁରୀର ୯, ଢ଼େଙ୍କାନାଳର ୯, ଯାଜପୁରର ୭, ବଲାଙ୍ଗିରର ୬, ବୌଦ୍ଧର ୫, ଦେଓଗଡ଼ର ୩, ନବରଙ୍ଗପୁରର ୨ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ ଓ ନୟାଗଡ଼ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏବେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଥିବା ବେଳେ ୧୬ ହଜାର ୭୯୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯ ହଜାର ୯୧୮ଟି ମାମଲା ଏବେ ସକ୍ରିୟ ରହିଛି ।

Leave a Reply