ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇବ ଗୁପ୍ତଗଙ୍ଗା ଓ ବ୍ରହ୍ମେଶ୍ବର ମନ୍ଦିର

1 min read

କେନ୍ଦୁଝର: ଗୁପ୍ତଗଙ୍ଗା ଓ ବ୍ରହ୍ମେଶ୍ବର ମନ୍ଦିରର ବଦଳିବ ଚିତ୍ର । ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ପାଇବ ସ୍ବତନ୍ତ୍ର ସ୍ଥାନ । ମନ୍ଦିରର ଉନ୍ନତି ପାଇଁ ଖୁବଶୀଘ୍ର ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ମନ୍ଦିର ଟ୍ରଷ୍ଟ ସହ ଆଲୋଚନା କରି ଶୀଘ୍ର ପ୍ଲାନ୍ ଦେଲେ କାମ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ତେଣୁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି 5T ସଚିବ । ଭଲଭାବେ ମନ୍ଦିରର ରୂପାନ୍ତରଣ ହେବ । ଫଳରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହେବ ଗୁପ୍ତଗଙ୍ଗା ଓ ବ୍ରହ୍ମେଶ୍ବର ମନ୍ଦିର । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହଯୋଗରେ ନୂଆ ରୂପରେ ଠିଆ ହେବ ଗୁପ୍ତଗଙ୍ଗା ଓ ବ୍ରହ୍ମେଶ୍ୱର ମହାଦେବ ମନ୍ଦିର ।