ବିକାଶର ସମୀକ୍ଷା ଫର୍ଦ୍ଦରେ ସାମିଲ ହେବ କେନ୍ଦୁଝର, ଆଜିଠୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ 5T ସଚିବ

1 min read

କେନ୍ଦୁଝର: ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ । ଲୋକଙ୍କ ସମସ୍ୟା ଶୁଣି ତତକ୍ଷଣାତ ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ । ବିକାଶର ସମୀକ୍ଷା ଫର୍ଦ୍ଦରେ ସାମିଲ ହେବ କେନ୍ଦୁଝର । ଆଜିଠୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ । ସକାଳ ୯ଟାରେ ଭଦ୍ରକରେ ପହଞ୍ଚିବେ 5T ସଚିବ । ସେଠାରୁ ଭୀମକୁଣ୍ଡ ଜଳପ୍ରପାତ ଯାଇ ବିକାଶ କାମର ସମୀକ୍ଷା କରିବେ । ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଲୋକଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ପରେ ଚମ୍ପୁଆରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ସମୀକ୍ଷା କରିବେ । ସେଠାରୁ ଚମ୍ପୁଆ ଏନଏସିରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ପ୍ରୋଜେକ୍ଟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ନେହରୁ ଷ୍ଟାଡିୟମ ଯାଇ ଲୋକଙ୍କ ସମସ୍ୟା ଶୁଣିବେ 5T ସଚିବ । ପରେ ବଡ଼ବିଲ ସିଏଚସିରେ ଡାଏଲେସିସ ସେଣ୍ଟର ଏବଂ ଅନ୍ୟାନ୍ୟ ବିକାଶ କାମର ଅନୁଧ୍ୟାନ କରିବେ । ସେଠାରୁ ଯୋଡାକୁ ଯାଇ ଯୋଡ଼ା ଫ୍ଲାଇଓଭର ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।

ଯୋଡ଼ା ଜରାନିବାସରେ ପରିଦର୍ଶନ କରିବାପରେ କାନପୁର ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରିବେ 5T ସଚିବ । ଏହାସହିତ ହିଲଟପରେ ବିକାଶ କାମର ସମୀକ୍ଷା କରିବେ । କେନ୍ଦୁଝର ଓଏସଏମଇ କ୍ୟାମ୍ପସରେ ମିଶନ ଶକ୍ତି ମାଆଙ୍କ ସହିତ 5T ସଚିବ ଆଲୋଚନା କରିବେ । ପରେ ଧରଣୀଧର ୟୁନିଭରସିଟି ନିକଟରେ ଲୋକଙ୍କ ସମସ୍ୟା ଶୁଣିବେ । ଏହାପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଶନ ଶକ୍ତି କାଫେରେ ମାଆମାନଙ୍କ ସହିତ ଆଲୋଚନା କରି କେନ୍ଦୁଝର ଅଡିଟୋରିୟମରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ହାଣ୍ଡବଲ ଷ୍ଟାଡିୟମର ବିକାଶ  ଅନୁଧ୍ୟାନ କରିବାପରେ ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ ନେଇ ଆଲୋଚନା କରିବେ । ଆସନ୍ତାକାଲି ଦିନ ତମାମ ମଧ୍ୟ 5T ସଚିବ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ।