spot_img

Latest Posts

ବଢୁଛି ଋଷିକୂଲ୍ୟା ଜଳସ୍ତର, ଆତଙ୍କିତ ତଳିଆ ଅଞ୍ଚଳ ଲୋକେ

ଆସିକା: ଅର୍ଣ୍ଣବ ପ୍ରଭାବ ରେ ଗଞ୍ଜାମ ଜିଲାରେ ଗତ ଦୁଇ ଦିନ ଧରି ଝିପି ଝିପି ବର୍ଷା ଅନବରତ ଲାଗି ରହିଛି। ଆସିକା ରେ ଋଷୁକୁଲ୍ୟ ବିପଦ ସଂକେତ ଉପରେ ପ୍ରଭାହିତ ହେଉଥିବା ବେଳେ ବଡ଼ ନଦୀ ରେ ମଧ୍ୟ ବନ୍ୟା ଜଳ ବୃଦ୍ଧି ପାଉଛି l ତେଣୁ ଆସିକା ଅଞ୍ଚଳ ବାସି ଏକ ପ୍ରକାର ଭୟଭୀତ ହୋଇ ସାରିଲେଣି l ଋଷିକୁଲ୍ୟ ବନ୍ୟା ଜଳ ଆସିକା ସହରର ହରିହର ହାଇସ୍କୁଲ ଛକ, ହାଟ ପଦା ଛକ, ଲାଲା ଗୋର୍ଜି ଛକ ଏଭଳି ତଳିଆ ବସ୍ତି ମାନଙ୍କ ରେ ବନ୍ୟା ପାଣି ପଶି ଥିବାରୁ ଭୟ ଆଶଙ୍କା ରେ ଲୋକେ ରହିଛନ୍ତି l ଧରାକୋଟ ବ୍ଲକ ଦସମାଇଲି ଗ୍ରାମରେ 10 ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଦଶମାଇଲି, ସିନ୍ଦୁରାପଲ୍ଲୀ,ପୋଡାପଲ୍ଲୀ , ରପିଲି ଲକ୍ଷ୍ମୀପୁର , ସୁନାପଲ୍ଲୀ ଗ୍ରାମରେ ଫସି ରହିଛନ୍ତି ଲୋକ।

1990 ମସିହା ବନ୍ୟା ବିଭୀଷିକା କୁ ମନେ ପକାଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l ଆସିକା ତାଲୁକା ରୋଡରେ ତିନି ଫୁଟର ବନ୍ୟା ପାଣି ପ୍ରଭାହିତ ହେବା ଦ୍ୱାରା ଘର ଭିତରେ ବନ୍ୟା ପାଣି ପଶି ଲୋକ ଙ୍କ ଯାବତୀୟ ଜିନିଷ ସବୁ ପାଣିରେ ଭାସି ଗଲାଣି l ବଡ଼ ବଡ଼ ଗଛ ମଧ୍ୟ୍ୟ ଉପୁଡି ଯିବା ସହ ଗାଈ ଗୋରୁ ମଧ୍ୟ୍ୟ ଭାସି ଗଲେଣି l ଆସିକା ସହର ବିଭିନ୍ନ ସ୍ଥାନରେ ଲୋକେ ଏବେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଧରାକୋଟ ଅଞ୍ଚଳ ର ବିଭିନ୍ନ ଗାଁ ଗୁଡିକରେ ପାଣି ପଶିଛି।…

 

 

Latest Posts

Don't Miss