ଅଗଷ୍ଟ ମାସରେ ବେକାବୁ କରୋନା ସ୍ଥିତି, ଦେଶରେ ଗୋଟିଏ ଦିନରେ ୬୭ ହଜାର ୧୫୧ ସଂକ୍ରମିତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ସାରା ଦେଶରେ ବେକାବୁ କରୋନା ସ୍ଥିତି । ଦିନକୁ ଦିନ ବଢିଚାଲିଛି ଭୂତାଣୁର ପ୍ରଭାବ । ଗୋଟିଏ ଦିନରେ ୬୭ ହଜାର ୧୫୧ ସଂକ୍ରମିତ ଚିହ୍ନଟ ହୋଇଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୪ ରେ ପହଞ୍ଚିଛି । ସେହିଭଳି ୧୦୫୯ ଜଣକ ଜୀବନ ନେଇଛି ମହାମାରୀ ଭୂତାଣୁ । ଯାହାଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯କୁ ବୃଦ୍ଧି ପାଇଛି ।

କରୋନାକୁ ମାତ ଦେଇ ୨୪ ଲକ୍ଷ ୬୭ ହଜାର ୭୫୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ କରୋନା ଆରୋଗ୍ୟ ହାର ରହିଛି ୭୬ ପ୍ରତିଶତ । ଅଧିକ ମାତ୍ରାରେ ଟେଷ୍ଟିଂ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ତେବେ ବିଶ୍ୱସ୍ତରରେ ଦେଖିବାକୁ ଗଲେ ଦେଶରେ ସୁସ୍ଥ ହାର ଢେର ଅଧିକ ରହିଛି  । ଦେଶରେ ମୃତ୍ୟୁ ହାର ରହିଛି ୧.୮୩ ପ୍ରତିଶତ ।

ସେହିଭଳି ଆକଟିଭ୍ କେସ୍ ହେଉଛି ୨୨ ପ୍ରତିଶତ ରହିଛି । ICMR ରିପୋର୍ଟ ଅନୁଯାୟୀ ୨୫ ଅଗଷ୍ଟ ସୁଦ୍ଧା ସାରା ଦେଶରେ ୩ କୋଟି ୯୫ ଲକ୍ଷ ସାମ୍ପୁଲ ଟେଷ୍ଟ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ କେସ୍ ଆସିଥିବାବେଳେ ଏହା ପରେ ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ପଶ୍ଚିମବଙ୍ଗରେ ସ୍ଥିତି ଅଣାୟତ୍ତ ରହିଛି । ସେପଟେ ସାରା ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୮ ହଜାର ୩୫୮ ରେ ପହଞ୍ଚିଛି । ୧ କୋଟି ୬୭ ଲକ୍ଷ ୮ହଜାର ୬୭ ଜଣ ସୁସ୍ଥ ହୋଇଥିବାବେଳେ ୮ ଲକ୍ଷ ୨୩ ହଜାର ୫୧୦ ଜଣକ ଜୀବନ ନେଇଛି ଭୂତାଣୁ ।

Leave a Reply