ଦେଶରେ ୭ ଜଣ ବିଦେଶୀ ପର୍ଯ୍ୟଟକ କରୋନା ପିଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଚୀନରେ କରୋନା ରାଜ୍ ପରେ ସତର୍କ ଭାରତ । ଏବେ ସୁଦ୍ଧା ଦେଶରେ ୭ ଜଣ ବିଦେଶୀ ପର୍ଯ୍ୟଟକ କରୋନା ପିଜିଟିଭ୍ ଚିହ୍ନଟ । ବିହାର ଗୟାରେ ଚାଲିଥିବା ବୌଦ୍ଧ ତୀର୍ଥ ଯାତ୍ରାରେ ପହଞ୍ଚିଥିବା ୫ ଜଣ ବିଦେଶୀ ପର୍ଯ୍ୟଟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏୟାରପୋର୍ଟରେ ସେମାନଙ୍କ କରୋନା ଟେଷ୍ଟ କରାଯାଇଥିଲା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଚାରିଜଣ ଥାଇଲ୍ୟାଣ୍ଡର ଏବଂ ଜଣେ ମିଆଁମାରର ପର୍ଯ୍ୟଟକ ଥିବା ସୂଚନା ରହିଛି । କୋଲକାତାରେ ମଧ୍ୟ ବିଦେଶରୁ ଆସିଥିବା ୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

ଏନେଇ କେତେକ ରାଜ୍ୟରେ ଆରମ୍ଭ ହୋଇଛି କଟକଣା । କର୍ଣ୍ଣାଟକରେ କୋଭିଡ କଟକଣା ଫେରିଥିବାବେଳେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର କଟକଣା ଲାଗି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । କର୍ଣ୍ଣାଟକ ସରକାର ନୂଆବର୍ଷ ସେଲିବ୍ରେସନ ପାଇଁ ଜାରି କରିଛନ୍ତି କୋଭିଡ ଗାଇଡଲାଇନ୍ । ରାଜ୍ୟରେ ରାତି ଗୋଟାଏ ଯାଏଁ ପାଳନ ହୋଇପାରିବ ଉତ୍ସବ । ଏହା ସହ ସିନେମା ହଲ୍‌, ସ୍କୁଲ କଲେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହା ସହ ବାର୍‌, ରେଷ୍ଟୁରାଣ୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେପଟେ ବେଙ୍ଗାଳୁରୁ ଏବଂ ମାଙ୍ଗାଲୋର ବିମାନ ବନ୍ଦରରେ ଅନ୍ତଃରାଷ୍ଟ୍ରୀୟ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବେଙ୍ଗାଳୁରୁରେ ବୋରିଂ ହସ୍ପିଟାଲ ଓ ମାଙ୍ଗାଲୋର୍‌ର ବନଲୋକ ହସ୍ପିଟାଲରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ସଙ୍ଗରୋଧ ପାଇଁ ବ୍ୟବସ୍ଥା ହୋଇଛି । ସେପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୬ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ 3 ହଜାର ୪୨୮କୁ ଖସିଛି । ପ୍ରତିଦିନର ପଜିଟିଭିଟି ରେଟ୍ ଶୂନ ଦଶମିକ 56 % ରହିଥିବା ସୂଚନା ଦେଇଛି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ।