ଏଇ ଦେଶରୁ ୭୦ ଟଙ୍କାରେ ଚୋରାରେ ଭାରତକୁ ଆସୁଛି ପେଟ୍ରୋଲ

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରେ ତ୍ରାହି ତ୍ରାହି ଡାକୁଛନ୍ତି ଦେଶବାସୀ ।  ୧୦୦ ଟଙ୍କା ଉପରେ ରହିଥିବା ପେଟ୍ରୋଲ ଦର କେବଳ ସାଧାରଣ ଲୋକଙ୍କର ନୁହେଁ ସରକାରଙ୍କ ବି ନିଦ ହଜାଇ ଦେଇଛି । ଯାହା ମୋଦି ସରକାରର ସ୍ଥିତିକୁ ଟଳମଳ କରି ଦେଇଛି । ପେଟ୍ରୋଲ ଦର ବୃଦ୍ଧିକୁ ନେଇ ସବୁଠି ଅସନ୍ତୋଷର ବାତାବରଣ । ସରକାର ତେଲ ଦର ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ । ଏମିତି ସ୍ଥିତିରେ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଆସିଛି ଆଖି ଖୋସି ଦେବା ଭଳି ଏକ ଖବର । ଭାରତ ଭିତରକୁ ଚୋରାରେ ବିଦେଶରୁ ଆସୁଛି ପେଟ୍ରୋଲ । ଯାହାର ମୂଲ୍ୟ ୭୦ରୁ ୮୦ ଟଙ୍କା ଲିଟର ପିଛା ରହୁଛି । ଏଠାକୁ ଆସିବା ପରେ ଭାରତୀୟ ମୂଲ୍ୟରେ ହେଉଛି କଳାବଜାରୀ । ଏହି ବିଦେଶୀ ରାଷ୍ଟ୍ରଟି ହେଉଛି ଆମ ପଡୋଶୀ ମିଆଁମାର ।

ମିଆଁମାରରେ ଭାରତ ତୁଳନାରେ ଜିନିଷପତ୍ରର ମୂଲ୍ୟ ସାଧାରଣତ କମ ରହିଥାଏ । ଭାରତରେ ଯେତେବେଳେ ଭାରତରେ ପେଟ୍ରୋଲ ୧୦୦ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି, ମିଆଁମାରରେ ଏହାର ମୂଲ୍ୟ ୭୦ରୁ ୮୦ ଟଙ୍କା ରହିଛି । ସେଠାରୁ ଚୋରାରେ ଭାରତ ଭିତରକୁ ଶସ୍ତାରେ ପେଟ୍ରୋଲ ଆସି ଏଠାରେ ଚଢ଼ା ଦରରେ ବିକ୍ରି କରାଯାଉଛି।

ମିଳିଥିବା ସୂଚନା ଅନୁସାରେ ଭାରତର ମଣିପୁର ରାଜ୍ୟର ମେରେହ ଟାଉନ ମିଆଁମାରକୁ ଲାଗିଛି । ଏଠାରେ କୁକି, ମାଇତିଆ, ବିହାରୀ, ତାମିଲ, ମାରଓ୍ବାଡି ଓ ନେପାଳୀ ସମ୍ପ୍ରଦାୟର ଲୋକ ବାସ କରନ୍ତି । ଏହି ଟାଉନଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ମିଆଁମାର । ପୂର୍ବରୁ ଦୁଇ ଦେଶର ଲୋକଙ୍କ ଯାତାୟାତ ପାଇଁ ପୂର୍ବରୁ କୌଣସି ପ୍ରତିବନ୍ଧକ ନଥିଲା । ଏଠିରେ ଭିସା ମଧ୍ୟ ଆବଶ୍ୟକ ନଥିଲା । ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣାବିକା ପାଇଁ ଦୁଇ ଦେଶର ଲୋକେ ପରସ୍ପର ଉପରେ ନିର୍ଭର କରୁଥିଲେ । ବିଶେଷ କରି ସୀମାନ୍ତ ଭାରତୀୟ ମିଆଁମାର ବଜାର ଉପରେ ବହୁତ ଅଧିକ ନିର୍ଭର କରୁଥିଲେ । କାରଣ ଏଠାରେ ଭାରତ ତୁଳନାରେ ବହୁ ଶସ୍ତାରେ ଜିନିଷ ମିଳି ଯାଉଥିଲା । ଏଇ ଯେମିତି ଭାରତରେ ଗୋଟିଏ ସ୍କୁଟି କିଣିଲେ ୭୦ରୁ ୮୦ ହଜାର ପଡୁଥିବା ବେଳେ ଏଠାରେ ୩୦ରୁ ୪୦ ଟଙ୍କାରେ ମିଳି ଯାଉଥିଲା । ସେଠାରୁ ସ୍କୁଟି କିଣିଲେ ବି ଲୋକେ ରେଜିଷ୍ଟ୍ରେସନ କରୁ ନଥିଲେ ଓ ବିନା ନମ୍ବର ପ୍ଲେଟରେ ଏହାକୁ ଭାରତ ଭିତରରେ ବ୍ୟବହାର ମଧ୍ୟ କରୁଥିଲେ ।

ଦୁଇ ଦେଶ ମଧ୍ୟରେ ଏକ ବ୍ରିଜ ମଧ୍ୟ ରହିଛି । ଯାହାକୁ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ପରେ ବନ୍ଦ କରିଦିଆଯାଇଛି । ବ୍ରିଜରେ ତାଲା ପଡ଼ି ଥିଲେ ବି ଦୁଇ ଦେଶର ଲୋକଙ୍କ ମଧ୍ୟରେ ଯାତାଯାତକୁ ବନ୍ଦ କରାଯାଇ ପାରିନି । ଆଗରୁ ଅବାଧ ଯିବା ଆସିବା ଥିବା ବେଳେ ଏବେ ଲୁଚାଛପାରେ ଏହା ଚାଲୁ ରହିଛି । ଆଉ ଏହି ଲୁଚାଛପା ବାଟ ଦେଇ ମିଆଁମାରରୁ ଭାରତ ମଧ୍ୟକୁ ଆସୁଛି ୭୦ରୁ ୮୦ ଟଙ୍କାରେ ପେଟ୍ରୋଲ । ଯାହା ଦେଶ ଭିତରକୁ ଆସିବା ପରେ ଏଠିକାର ମୂଲ୍ୟରେ ବିକ୍ରି ହେଉଛି ।

Leave a Reply