spot_img

Latest Posts

ଶହେ ବର୍ଷ ବୟସରେ ବି ୧୯୬୫ର ଜୋଶ୍, ତିନିସେନାରେ କାର୍ଯ୍ୟ କରିଥିବା ଦେଶର ଏକମାତ୍ର ଯବାନ କର୍ଣ୍ଣେଲ ପୃଥ୍ୱୀପାଲ ସିଂହ

ନୂଆଦିଲ୍ଲୀ: କର୍ଣ୍ଣେଲ ପୃଥ୍ୱୀପାଲ୍ ସିଂ ଗିଲ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସେ ହେଉଛନ୍ତି ଏକମାତ୍ର ଅଧିକାରୀ ଯିଏକି ଭାରତୀୟ ନୗେସେନା, ବାୟୁସେନା ଏବଂ ସ୍ଥଳ ସେନାରେ ଦେଶ ପାଇଁ ସେବା ପ୍ରଦାନ କରିଛନ୍ତି।

ଏପରିକି ସେ ପରିବାରର ବିନା ଅନୁମତିରେ ବ୍ରିଟିଶ ଶାସନ କାଳରେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇଥିଲେ।

ପରେ ତାଙ୍କୁ କରାଚିରେ ପାଇଲଟ୍ ଅଫିସର ଭାବରେ ମୁତୟନ କରାଯାଇଥିଲା। ଯେଉଁଠାରେ ସେ ହାୱାର୍ଡ ବିମାନ ଉଡାଉଥିଲା ବେଳେ ୧୯୬୫ ଯୁଦ୍ଧରେ ଗୁନର ଅଫିସର ଭାବେ ସାମିଲ ହୋଇଥିଲେ।

ଏନେଇ ଲେଫ୍ଟନାଣ୍ଟ ଜେନେରାଲ କେ ଜେ ସିଂ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି, ‘କର୍ଣ୍ଣେଲ ପୃଥ୍ୱୀପାଲ୍ ସିଂ ଗିଲ-୧୦୦ ନଟ୍ ଆଉଟ୍’।

ତାଙ୍କୁ ଭାରତୀୟ ନୗେସେନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ସ୍ୱିପିଂ ଜାହାଜ ଏବଂ ପରେ ଆଇଏନଏସ୍ ତୀରରେ ସେବା କରିଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କାର୍ଗୋ ସିପ୍ ଗୁଡ଼ିକର ତଦାରଖ କରୁଥିଲେ। ଜଣେ ନେଭି ଅଧିକାରୀ ଭାବରେ ଡେପୁଟି ଲେଫ୍ଟନାଣ୍ଟ ପୃଥ୍ୱୀପାଲ୍ ସିଂ ଗିଲ ଦେବଲାଲି, ସ୍କୁଲ ଅଫ୍ ଆର୍ଟିଲେରିରେ ଲଙ୍ଗ ଗୁନେରୀ ଷ୍ଟାଫ୍ କୋର୍ସ କରିବା ସହିତ Instructor in Gunnery (IG) ଯୋଗ୍ୟତା ଅର୍ଜନ କରିଥିଲେ ।

ଏହା ପରେ ତାଙ୍କୁ ସୖେନ୍ୟ ବାହିନୀକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ ସେ ‘ଗ୍ୱାଲିଅର ମାଉଣ୍ଟେନ୍ ବ୍ୟାଟେରୀ’ରେ ମୁତୟନ ହୋଇଥିଲେ।

Latest Posts

Don't Miss