spot_img

Latest Posts

ବଲାଙ୍ଗୀର କୁନିପ୍ରତିଭାଙ୍କୁ ବିଶ୍ୱସ୍ତରରେ ସଫଳତା

ବଲାଙ୍ଗୀର: ଓଡ଼ିଶାର ୭ ବର୍ଷୀୟ ବାଳକ କମ୍ପୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି।  ବିଶ୍ୱ ସ୍ୱୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ ପରୀକ୍ଷାରେ ପ୍ରମାଣପତ୍ର ହାସଲ କରିଛନ୍ତି ବଲାଙ୍ଗୀରର ଭେଙ୍କଟରମଣ ପଟ୍ଟନାୟକ। ତାଙ୍କୁ ସର୍ବକନିଷ୍ଠ ଫୁଲଷ୍ଟ୍ୟାକ ଡ଼େଭଲପର ଭାବେ ସଫଳତା ମିଳିଛି।

ଭେଙ୍କଟ ରମଣ ଜଣେ ତୃତୀୟ ଶ୍ରେଣୀର ଛାତ୍ର । ସେ ଜାଭା, ପାଇଥନ, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ, ସିଏସ୍‌ଏସ୍‌ ଏବଂ ଡାଟାବେସରେ ମାଇକ୍ରୋସଫ୍ଟରୁ ‘ଏମଟିଏ’ ପରୀକ୍ଷା ପ୍ରମାଣପତ୍ର ପାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଅଧ୍ୟାପିକା ଓ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ଯେଉଁମାନେ ଟେକ୍ନୋଲୋଜିରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ବିଶ୍ୱସ୍ତରରେ ଏକ ବଡ଼ ସଫଳତା।

ସେ ଦୀର୍ଘ ୬ ମାସ ଧରି ଦିନକୁ ୮ ଘଣ୍ଟା ପାଇଁ ତାଲିମ ନେଇଥିଲେ। ଅଳ୍ପ ବୟସରେ ଏହି ସଫଳତା ପାଇଥିବା ସେ ଦେଶର ସର୍ବକନିଷ୍ଠ ଛାତ୍ର ଅଟନ୍ତି। ବଲାଙ୍ଗୀର ବାସିନ୍ଦା କୁଳଦୀପ ପଟ୍ଟନାୟକ ଏବଂ ମାତା ଡି.ପ୍ରମିଳା କୁମାରୀଙ୍କ ପୁଅ ଭେଙ୍କଟ ୨୦୧୯ ମସିହାରୁ ତାଙ୍କର ସଫଳତାର ଯାତ୍ରା ଆରମ୍ଭ କରିଥିଲେ। ୬ବର୍ଷ ବୟସରେ ସେ ମୋବାଇଲ ଆପ୍‌ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଏହାବାଦ ସେ ଗ୍ୟାସ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସେଫ୍ଟି ଟୁଲ ମଧ୍ୟ ନିର୍ମାଣ କରିଛନ୍ତି। ଯେଉଁଥିପାଇଁ ସେ ସର୍ବଭାରତୀୟ ସ୍ତରରେ ‘ଇଣ୍ଡିଆ ବୁକ ଅଫ ରେକର୍ଡ଼’ର ସମ୍ମାନ ପାଇଛନ୍ତି। ଭବିଷ୍ୟତରେ ଭେଙ୍କଟ ମହାକାଶ ବିଜ୍ଞାନ, କମ୍ପ୍ୟୁଟର ପ୍ରୋଗ୍ରାମିଂ ଏବଂ ରୋବୋଟିକ୍ସ କ୍ଷେତ୍ରରେ କାମ କରିବାକୁ ଯୋଜନା ରଖିଛନ୍ତି।

Latest Posts

Don't Miss