spot_img

Latest Posts

ରାଜ୍ୟରେ ଲଗାତାର ତୃତୀୟ ଦିନରେ ୨୦୦ରୁ କମ୍ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସିଛି କରୋନା ସଂକ୍ରମଣ । ଲଗାତାର ତିନିଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି । ଗୋଟିଏ ପଟେ ରାଜ୍ୟରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣ ହ୍ରାସ ଆଶ୍ୱସ୍ତି ଆଣିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଚିହ୍ନଟ ହୋଇଥିବା ୧୭୮ଙ୍କ ମଧ୍ୟରୁ ୧୦୩ଟି ମାମଲା କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ୭୫ଟି ମାମଲା ସ୍ଥାନୀୟ ସଂକ୍ରମଣ । ସର୍ବାଧିକ ୩୦ ଜଣ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୧୦, ଭଦ୍ରକରୁ ୪, ବଲାଙ୍ଗିରରୁ ୫, କଟକରୁ ୪, ଦେବଗଡ଼ରୁ ୨, ଗଜପତିରୁ ୩, ଗଞ୍ଜାମରୁ ୩, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୫, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୧୬, ପୁରୀ ୧୯, ରାୟଗଡ଼ା ୨, ସମ୍ବଲପୁର ୨୪, ସୋନପୁର ୨, ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ ପୁଲରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୩ ଲକ୍ଷ ୩୩ ହଜାର ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩ ଲକ୍ଷ ୨୯ ହଜାରର ୮୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୦୮୭ ସକ୍ରିୟ ସଂକ୍ରମିତ ରହିଛନ୍ତି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଜଣେ ମାତ୍ର କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୫୨ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ଜଣଙ୍କ ଡାଏବେଟିସ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ।

ଏଥିସହ ପଢ଼ନ୍ତୁ- କେଉଁ ଦେଶରେ କେମିତି ମିଳୁଛି କରୋନା ଟିକା ?

Latest Posts

Don't Miss