spot_img

Latest Posts

ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ୨ ଲକ୍ଷ ୫୦ ହଜାର ଟଙ୍କା

ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା। ଏହି ପଦକ୍ଷେପ ଦିବ୍ୟାଙ୍ଗ ଭାଇ ମାନଙ୍କୁ ମାନସିକ ସ୍ଥିତିକୁ ଆହୁରି ମଜଭୁତ କରିବ । ପୂର୍ବରୁ ଏଥିପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଏବେ ମଞ୍ଜୁର କରିଛନ୍ତି ସରକାର । ଦିବ୍ୟାଙ୍ଗଙ୍କୁ ସାମାଜିକ କ୍ଷେତ୍ରରେ ମଝଭୁତ କରିବାକୁ ବିଭାଗ ଏହି  ପଦକ୍ଷେପ ନେଉଛି । ଭିନ୍ନକ୍ଷମ ଭାଇଙ୍କ ପାଇଁ ଏ ପଦକ୍ଷେପ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ଏ ନିୟମ ଦ୍ୱାରା ବିଭିନ୍ନ ଫେଜରେ ତାଙ୍କ ପାଖକୁ ଟଙ୍କା ଆସିବ । ଏଥିପାଇଁ ତାଙ୍କର ଉପଯୁକ୍ତ ସାର୍ଟିଫିକେଟ ଥିବା ଆବଶ୍ୟକ। ଏହି ପ୍ରସଙ୍ଗରେ ପ୍ରତିକ୍ରିଯା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା  ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଥିଲା। ଏଣୁ ଅନୁରୂପ ବ୍ୟବସ୍ଥା ଭିନ୍ନକ୍ଷମଙ୍କ ପାଇଁ ଲାଗୁ କରିବାକୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବକୁ ଗ୍ରାହଣ କରି ଗୃହରେ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Latest Posts

Don't Miss