spot_img

Latest Posts

ଛାତ୍ରଛାତ୍ରୀଙ୍କୁ ଚାକିରୀ ଲୋଭ ଦେଖାଇ ଠକୁଥିଲେ, ପୋଲିସ୍‌ ହାବୁଡ଼ରେ ପଡ଼ିଲେ

ଅନୁଗୁଳ: ଅନୁଗୁଳରେ ଚାକିରୀ ଦେବା ନାଁରେ ଠକେଇ ମାମଲା। ଆଉ ଦୁଇଜଣଙ୍କୁ ଗିରଫ କଲା ପୋଲିସ। ଠକେଇ ରାକେଟ ଅନ୍ୟ ଲୋକଙ୍କ ସଂପୃକ୍ତି ଥିବା ପୋଲିସ କହିଛି। ଛାତ୍ରଛାତ୍ରୀଙ୍କୁ ଚାକିରି ଲୋଭ ଦେଖାଇ ଠକୁଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ, କୁଲାଡ ଗ୍ରାମର ଶାନ୍ତନୁ କୁମାର ବାରିକ ଓ ଶିମିଳିପଡାର ବିକାଶ ରଞ୍ଜନ ନାଏକ। ସେମାନଙ୍କ ନିକଟରୁ ମୋବାଇଲ୍, ଲାପଟପ୍ ଓ ବହୁ ନକଲି ନିଯୁକ୍ତିପତ୍ର ଜବତ କରାଯାଇଛି।

ଅନୁଗୁଳ ସହର ଶିମିଳିପଡା ମିଲନଭିଲ୍ଲାରେ ରହୁଥିବା ଘନଶ୍ୟାମ ମିଶ୍ର ଚାକିରି କରାଇଦେବା ନାଁରେ ୪ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲେ। ଏନେଇ ଥାନାରେ ଅଭିଯୋଗ ଆଣିଥିଲେ ବେଣାଗାଡିଆର ଦାମୋଦର ଜେନା। ପୁଅକୁ ଜାମସେଦପୁର ଟାଟାରେ ନିଯୁକ୍ତି ନାଁରେ ଟଙ୍କା ନେଇଥିବା ବେଳେ, ପରେ ଚାକିରି ଦେବାରେ ବିଫଳ ହୋଇଥିଲେ। ତେବେ ଟଙ୍କା ମାଗିବାରୁ ୩ କିସ୍ତିରେ ମାତ୍ର ୮୦ ହଜାର ଫେରସ୍ତ କରି ଆଉ ଧରାଛୁଆଁ ଦେଉନଥିଲେ। ଏପରକି ଘନଶ୍ୟାମଙ୍କ ଘରକୁ ଟଙ୍କା ମାଗିବାକୁ ଯାଇଥିବା ବେଳେ ସେ ଦାମୋଦର ଓ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିଲେ। ଏନେଇ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ପୂର୍ବରୁ ଘନଶ୍ୟାମ ଓ ପୁଅ ଶୋଭନଙ୍କୁ ଗିରଫ କରିଥିଲା।

Latest Posts

Don't Miss