spot_img

Latest Posts

ବାରହା ମାଂସ ସହ ୪ ଶିକାରୀ ଗିରଫ, ୩ ଦେଶୀ ବନ୍ଧୁକ ଜବତ

ସୋର : ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଦନ୍ତୁର ବିଟ୍ ଅଞ୍ଚଳରେ ବନବିଭାଗର ରେଡ୍ । ୩ ଗୋଟି ଦେଶୀ ବନ୍ଧୁକ ସମେତ ୪ ଶିକାରୀ ଗିରଫ । ଦନ୍ତୁର ବିଟ ଅଧୀନରେ ବାରହା ଶିକାର ହେଉଥିବା ଖବର ପାଇ ସୋର ବନ୍ୟପ୍ରାଣୀ ରେଞ୍ଜର କର୍ମଚାରୀ ମାନେ ଚଢାଉ କରିଥିଲେ । ବୌନା ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ତାଙ୍କ ନିକଟରୁ ପ୍ରାୟ ୩ କେଜି ବାରହା ମାଂସ ସହିତ ଲୋମ, ଗୋଟିଏ ବାଙ୍କୀ, ଧନୁ ଏବଂ ଗୋଟିଏ ତୀର ଜବତ କରାଯାଇଥିଲା । ପରେ ଆଉ ୩ ଜଣ ଶିକାରୀ ତିମା ସିଂହ, ବଳରାମ ସିଂହ, ରାମ ମୁଣ୍ଡାଙ୍କୁ ଗିରଫ କରାଯାଇଛି l ତିମା ସିଂହଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଧନୁ, ତିନୋଟି ତୀର ଏବଂ ଗୋଟିଏ ବାଙ୍କୀ ଜବତ କରାଯାଇଛି । ବଳରାମ ସିଂହଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଧନୁ, ଚାରୋଟି ତୀର ଏବଂ ଗୋଟିଏ ବାଙ୍କୀ ଜବତ କରାଯାଇଛି । ସେହିଭଳି ରାମ ମୁଣ୍ଡାଙ୍କ ଠାରୁ ଦୁଇଟି ଫାଶ ଏବଂ ଚାରୋଟି ତୀର ଜବଦ ହୋଇଛି ।

 

Latest Posts

Don't Miss