spot_img

Latest Posts

ଜମା ଟଙ୍କା ଆତ୍ମସାତ କରିଥିବା ଘଟଣାରେ ୧୦ ହଜାର ଟଙ୍କା ଜୋରିମାନା ସହିତ ୭ ବର୍ଷ କାରାଦଣ୍ଡ

ପୋଷ୍ଟାଲ ଜମାକାରୀଙ୍କ ଟଙ୍କା ହଡପ କରିବା ମାମଲାରେ ଭଦ୍ରକ ଜିଲ୍ଲା ଆହାରପଦା ଶାଖା ପୋଷ୍ଟ ମାଷ୍ଟରଙ୍କୁ ୭ ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା। ଦଣ୍ଡାଦେଶ ଦେଲେ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଭଦ୍ରକ ବ୍ଲକ ଅଧିନସ୍ଥ ଆହାର ପଦା ପୋଷ୍ଟ ଅଫିସ ର ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳିନ ଶାଖା ପୋଷ୍ଟମାଷ୍ଟର କମଳାକାନ୍ତ ନାୟକ। ୨୦୧୬ ମସିହାରେ ତତ୍କାଳିନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଭଦ୍ରକ ଡାକ ମଣ୍ଡଳ ଅଧିନସ୍ତ ଆହାରପଦା ଶାଖା ପୋଷ୍ଟ ଅଫିସରେ ବ୍ୟାପକ ଆର୍ଥିକ ଅନିୟମିତତା ଦେଖା ଦେଇଛି। ୧୮୫ ଜଣ ଜମାକାରିଙ୍କର ମୋଟ ଜମା ରାଶି ୩୫ ଲକ୍ଷ ଟଙ୍କାକୁ ଶାଖା ପୋଷ୍ଟ ମାଷ୍ଟର କମଳାକାନ୍ତ ନାୟକ ଆତ୍ମସାତ କରି ପୋଷ୍ଟ ଅଫିସର ଜମା ନ କରି ଚଳୁ କରି ଦେଇଛନ୍ତି। ତେଣୁ ସେ ସେତେ ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Latest Posts

Don't Miss