spot_img

Latest Posts

ଅକ୍ସିଜେନ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ସିଡିଏମଓ

ବଲାଙ୍ଗୀର: କଣ୍ଟାବାଞ୍ଜି ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ତୁମୁଳକାଣ୍ଡ । ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ନେଇ ଭଙ୍ଗାରୁଜା କଲେ ସମ୍ପର୍କୀୟ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲାଙ୍ଗୀର ସିଡିଏମଓ । ମୃତ ବ୍ୟକ୍ତି କଣ୍ଟାବାଞ୍ଜି ଆଶ୍ରମପଡ଼ାର ପ୍ରେମ ମେହେର । ନିଶା ସେବନ କରି ସେ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କଠାରେ କରୋନା ଲକ୍ଷଣ ନଥିଲା କିମ୍ବା ତାଙ୍କୁ ଅକ୍ସିଜେନର ଆବଶ୍ୟକତା ନଥିଲା କହିଛନ୍ତି ଡାକ୍ତର।

କଣ୍ଟାବାଞ୍ଜି ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି। ଅକ୍ସିଜେନ ଅଭାବ ଏକ ଗୁଜବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଭୀମ ସାହୁ ସୂଚନା ଦେଇଛନ୍ତି । ତେବେ ମେଡିକାଲରେ ଭଙ୍ଗାରୁଜା କରିଥିବା ୨ରୁ ଅଧିକ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯିବ।

ବଲାଙ୍ଗୀର ଜିଲ୍ଲାରେ ଅକ୍ସିଜେନର ଅଭାବ ନାହିଁ । କରୋନା ଓ ଅକ୍ସିଜେନର ମିଛ ପ୍ରଚାର ଓ ଡାକ୍ତରଖାନାରେ ଗଣ୍ଡଗୋଳ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।

Latest Posts

Don't Miss