ଗର୍ଭବତୀ ମହିଳା ନେଇପାରିବେ କି କରୋନା ଭ୍ୟାକ୍ସିନ୍? କ’ଣ କହୁଛନ୍ତି ଏକ୍ସପର୍ଟ…

1 min read

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ନେଇ ସାରା ଦେଶ ଚିନ୍ତିତ ରହିଥିବା ବେଳେ ମେ ମାସରୁ ରାଷ୍ଟ୍ରୀୟ ଟିକାକରଣ ଅଭିଯାନର ଦ୍ୱତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ । ହେଲେ ଏଭଳି ସମୟରେ ପ୍ରଶ୍ନ ଉଠୁଛି ଯେ କ’ଣ ଗର୍ଭବତୀ ମହିଳା ମାନେ ମଧ୍ୟ ଟିକା ନେଇପାରିବେ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଏକ୍ସପର୍ଟ…

ଆମେରିକାର ୟୁଏସଏ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେସନ (US CDC)ର ଏକ ଅଧ୍ୟୟନ ଅନୁଯାୟୀ, ମଡର୍ଣ୍ଣା ଓ ଫାଇଜର-ବାୟୋଏନଟେକ୍ ଭ୍ୟାକ୍ସିନ୍ ଗର୍ଭବସ୍ଥା ସମୟରେ ବ୍ୟବହାର କରିବା ସୁରକ୍ଷିତ। ଏହା ସଂକ୍ରମଣ କବଳରୁ ଶିଶୁକୁ ସୁରକ୍ଷା ଦେବାରେ ସକ୍ଷମ । ଏଥିପାଇଁ US CDC ପକ୍ଷରୁ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ନେବା ପାଇ ସୁପାରିଶ କରାଯାଇଛି । CDCର ନିର୍ଦ୍ଦେଶକ ରୋଶେଲ ବାଲେକ୍ସି ସ୍ପଷ୍ଟ କରିଛନ୍ତି । ଏଥିପାଇଁ ଆମେରିକାରେ ଗର୍ଭବତୀ ମହିଳା ମାନେ ଟିକାକରଣ କରୁଛନ୍ତି।

ଦ ନ୍ୟୁ ଇଂଲଣ୍ଡ ଜର୍ନଲ ଅଫ୍ ମେଡିସିନରେ ପ୍ରକାଶିତ ଆର୍ଟିକିଲ୍ ଅନୁଯାୟୀ ୩୫,୦୦୦ରୁ ଅଧିକ ମହିଳାଙ୍କର ଡାଟା ମୂଲ୍ୟାଙ୍କନ କରାଯାଉଛି । ଯେଉଁମାନେ ଡିସେମ୍ବର ୧୪ରୁ ଫେବୃଆରୀ ୨୮ ମଧ୍ୟରେ ଏମଆରଏନଏ କୋଭିଡ-୧୯ ଟିକା ଲଗାଇଥିଲେ । ଦ ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ପ୍ରାରମ୍ଭିକ ନିଷ୍କର୍ସରୁ କୌଣସି ସ୍ପଷ୍ଟ ସେଫ୍ଟି କନସର୍ନ ନଜରକୁ ଆସିନାହିଁ ।

ଖାସକରି ଥର୍ଡ ଟ୍ରାଇମେଷ୍ଟରରେ ଟିକା ନେଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ମଧ୍ୟରେ କୗେଣସି ସମସ୍ୟା ଦେଖାଦେଇନାହିଁ । ଯାହାକୁ ନେଇ CDC କହିଛି ଯେ ଗର୍ଭବତୀ ମାଆ ମାନଙ୍କୁ ମଧ୍ୟ ଟିକା ଦିଆଯିବା ଉଚିତ୍ । କିନ୍ତୁ ଭାରତୀୟ ଟିକାକୁ ନେଇ ଏଯାବତ୍ ଏଭଳି କୌଣସି ଷ୍ଟଡି ଆସିନି । ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେବା ଉଚିତ୍।

ଏକ ମେଡିକାଲ୍ ଜର୍ନଲରେ ପ୍ରକାଶିତ ହାର୍ଟଫୋଡ୍ ହେଲ୍ଥ କେୟାର ଡିଭିଜନ୍ ଅଫ୍‌ ଇନଫେକସିୟସ୍ ଡିଜିଜେଜର ଡା. ଏନ୍ ପାମରଙ୍କ ରିପୋର୍ଟ ଅନୁଯାୟୀ SARC CoV-2 ଭ୍ୟାକ୍ସିନ୍ ନେବା ପରେ ଯେଉଁ ମହିଳାମାନେ ଗର୍ଭଧାରଣ ସମ୍ପର୍କରେ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ କିଛି ଚିନ୍ତା କରିବାର ନାହିଁ । କାରଣ ଟିକା ନେବା ପରେ କୗେଣସି ପ୍ରକାରର ଇନଫର୍ଟିଲିଟିର ପ୍ରମାଣ ମିଳିନାହିଁ ।

 

Leave a Reply