spot_img

Latest Posts

କେନ୍ଦୁଝର ମୁନିସିପାଲିଟିରେ ୧୪୪ ଧାରା ଜାରି

କେନ୍ଦୁଝର: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେନ୍ଦୁଝର ମୁନିସିପାଲିଟିରେ ୧୪୪ ଧାରା ଜାରି କରାଯାଇଛି। ସହରର ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକତ୍ର ହୋଇପାରିବେ ନାହିଁ। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକଣା ଜାରି କରାଯାଇଛି।

ସୂଚନା ଅନୁଯାୟୀ, ରାଙ୍କିଠାରେ ଥିବା ସରକାରୀ କୋଭିଡ଼୍ ଡାକ୍ତରଖାନାର ଆଇସିୟୁ ବେଡ଼୍ ସଂଖ୍ୟା ୨୬ ରୁ ୪୫କୁ ବୃଦ୍ଧି କରାଯାଇଛି । ଅକ୍ସିଜେନ୍ ବେଡ଼୍ ସଂଖ୍ୟା ୧୩୦କୁ ବୃଦ୍ଧି କରାଯାଇଛି। ଏଥିସହ ଜିଲ୍ଲାରେ ଅନ୍ୟ ୫ଟି ସ୍ଥାନରେ କୋଭିଡ଼୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି।  ଯେଉଁଠି ଅତି କମରେ ୫ ଶହ ଅକ୍ସିଜେନ୍ ବେଡ଼ ସ୍ଥାପନ କରାଯିବ।

ତେବେ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପ୍ରଶାସନ ତରଫରୁ ୨୦ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। କେବଳ କେନ୍ଦୁଝର ପୌରପାଳିକାରେ ୧୬ଟି ରହିଛି। ଆସନ୍ତାକାଲି ଠାରୁ କେନ୍ଦୁଝରଗଡ଼ ପୌରପାଳିକାରେ ଡୋର ଟୁ ଡୋର ସର୍ଭେ କରାଯିବ । ଏଥିରେ ଅଙ୍ଗନୱାଡି, ଆଶାକର୍ମୀ ଓ ଏଏନଏମ୍ ସାମିଲ୍ ହେବେ ବୋଲି ସୂଚନା ମିଳିଛି।

Latest Posts

Don't Miss