spot_img

Latest Posts

କରୋନା ସମୟରେ ସିଟି ସ୍କାନ୍ କରିବା ହାନିକାରକ, ସିଟି ସ୍କାନ କଲେ କ୍ୟାନସର ହେବାର ଆଶଙ୍କା

ନୂଆଦିଲ୍ଲୀ: କରୋନା ସମୟରେ ସିଟି ସ୍କାନ୍ କରିବା ହାନିକାରକ । ଆଜି ଏଭଳି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଲେ ସିଟି ସ୍କାନ କରିବା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ଗୋଟିଏ ସିଟି ସ୍କାନ ୩୦୦ ଚେଷ୍ଟ ଏକ୍ସ-ରେ ସହ ସମାନ । ଏଣୁ ସିଟି ସ୍କାନ କଲେ କ୍ୟାନସର ହେବାର ଆଶଙ୍କା ଥିବା କହିଛନ୍ତି ଡାକ୍ତର ଗୁଲେରିଆ । ଆଜିକାଲି ଅନେକ ଲୋକ ସିଟି ସ୍କାନ କରୁଛନ୍ତି, ଏହା ଆପଣଙ୍କ ପାଇଁ ବିପଦ ଆଣିପାରେ । ଏଣୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସତର୍କ କରାଇଛନ୍ତି ଡାକ୍ତର ଗୁଲେରିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରକ୍ତ ପରୀକ୍ଷା ମଧ୍ୟ ଆପଣ ନିଜ ଇଚ୍ଛାରେ କରିବା ଉଚିତ ନୁହେଁ । ନିଜେ ନିଜେ ଡାକ୍ତର ହୁଅନ୍ତୁ ନାହିଁ। ଅନେକ ଲୋକ ପ୍ରତି ତିନିମାସ ପରେ ସେମାନଙ୍କ ସିଟି ସ୍କାନ କରାଉଛନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି। ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ସାଧାରଣ ଔଷଧ ଖାଇ ସୁସ୍ଥ ହେବାକୁ ପରାମର୍ଷ ଦେଇଛନ୍ତି । ଆଉ ଷ୍ଟେରଏଡ ନେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ହାଇଡ୍ରୋ ଷ୍ଟେରଏଡ ଅଧିକ ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଇଁ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଇଏଏସ୍ ଅଧିକାରୀ ଲୁଭ ଅଗ୍ରୱାଲ କହିଛନ୍ତି ୧୫ ଦିନ ମଧ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଛତିଶଗଡ, ଦିଲ୍ଲୀ, ମଧ୍ୟପ୍ରଦେଶ, ମୁମ୍ବାଇ, ଔରଙ୍ଗାବାଦ, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହ୍ରାସ ଘଟିଛି।

Latest Posts

Don't Miss