spot_img

Latest Posts

ସମସ୍ୟା ପିଛା ଛାଡ଼ୁନଥିଲେ ଘରର ଏହି ସ୍ଥାନରେ ରଖନ୍ତୁ ବଂଶୀ

ଫେଙ୍ଗସୁଇ, ବାସ୍ତୁ ଶାସ୍ତ୍ର ଏବଂ ଅନ୍ୟାନ୍ୟ ଧର୍ମଗ୍ରନ୍ଥରେ ବଂଶୀର ରହିଛଇ ଏକ ଖାସ୍‌ମହତ୍ୱ । ଏହାକୁ ଶୁଭ ବୋଲି ବିବେଚନା କରାଯାଏ । ଘରେ ଏହାକୁ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଘରେ ବଂଶୀ ରଖିବା ଦ୍ୱାରା ପରସ୍ପର ମଧ୍ୟରେ ପ୍ରେମ, ଧନ,ଶାନ୍ତି ବଢିଥାଏ ବୋଲି କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରର କୌଣସି ସ୍ଥାନରେ ଯଦି ନକରାତ୍ମକ ଶକ୍ତି ଥିବଭଳି ମନେ ହୁଏ, ତେବେ ସେହି ସ୍ଥାନରେ ବଂଶୀ ରଖାଯାଏ । କେବଳ ସେତିକି ନୁହେଁ ଏହା ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ମାନସିକ ଶାନ୍ତି ପ୍ରଦାନ କରେ ।

  • ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍‌ରୁମ୍‌ର ଛାତରେ ବିମ୍‌ ଅଛି କି ନାହିଁ। ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍‌ର ଦୁଇ ପାର୍ଶ୍ୱରେ ଲାଲ୍‌ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ। ମନେ ରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ୍‌ଆଡ଼କୁ ରହିବ।
  • ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ। ଏହା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ।
  • ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଚାକିରି ପାଇନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।
  • ଯଦି କୌଣସି ଯୁବତୀଙ୍କର ବାହାଘର ବାରମ୍ବାର ଭାଙ୍ଗିଯାଉଥାଏ ବା ବାହାଘର ହେବାରେ ବିଳମ୍ବ ହୋଇଥାଏ ତେବେ ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍‌ରଙ୍ଗର ବଂଶୀ ରଖନ୍ତୁ। ଖୁବ୍‌ଶୀଘ୍ର ମନ ପସନ୍ଦର ଜୀବନ ସାଥୀ ମିଳିବେ।

Latest Posts

Don't Miss