spot_img

Latest Posts

କରୋନାର ତୃତୀୟ ଲହରରେ ଶିଶୁଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା

ଭୁବନେଶ୍ୱର: କୋଭିଡ୍ ମୁକାବିଲା ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ତୃତୀୟ ଲହରରେ ଶିଶୁଙ୍କ ଉପରେ ଅଧିକ ପ୍ରଭାବ ପକାଇ ପାରେ କରୋନା। କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏନେଇ ଆଗୁଆ ସଚେତନ ହୋଇଛନ୍ତି ରାଜ୍ୟ ସରକାର। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଯେମିତି ଶୁଶୁମାନେ ଅଧିକ ପ୍ରଭାବିତ ହେବନାହିଁ ସେଥିପାଇଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ତୃତୀୟ ଲହର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଅଧିକ ଗୁରୁତ୍ୱ ଶିଶୁଙ୍କ ସୁରକ୍ଷାକୁ ଦିଆଯାଇଛି। ସେଥିପାଇଁ ଶିଶୁଙ୍କ ଚିକିତ୍ସା ପାଇଁ ଆଗୁଆ ତାଲିମ୍ ନେବେ ୧୧୧୪ ଜଣ ଡାକ୍ତର। ଏହା ସହ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ତୃତୀୟ ଲହରକୁ ସାମ୍ନା କରିବା ପାଇଁ ଗଠନ ହୋଇଛି ଟେକ୍ନିକାଲ ଟାସ୍କ ଫୋର୍ସ କମିଟି।

କମିଟିର ସୁପାରିସ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ତେପଟେ ଏବେ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଅଛି ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ଏହାସହ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ସଂପର୍କରେ ସଚେନତାକୁ ଗୁରୁତ୍ୱ ଦିଆଯାଇଛି। ଯଦିଓ ପରିସ୍ଥିତିରେ ଉନ୍ନତି ଆସିଛି କିନ୍ତୁ ଆମେ ଦ୍ୱିତୀୟ ଲହର ପ୍ରଭାବରୁ ସଂପୂର୍ଣ୍ଣ ମୁକ୍ତ ହୋଇନାହୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପର୍ବପର୍ବାଣୀ ଆସୁଥିବାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ ଏବଂ କୋଭିଡ ନିୟମାବଳୀକୁ ଆହୁରି କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Latest Posts

Don't Miss