କାଶ୍ମୀରରେ ‘ଲଭ୍ ଜିହାଦ’? ଶ୍ରୀନଗରରୁ ଦିଲ୍ଲୀ ଯାଏଁ ଶିଖ୍ ସମ୍ପ୍ରଦାୟର ବିକ୍ଷୋଭ ପ୍ରଦର୍ଶନ

1 min read

ନୂଆଦିଲ୍ଲୀ: କାଶ୍ମୀରରେ ଦୁଇ ଶିଖ ଝିଅଙ୍କ ଧର୍ମ ପରିବର୍ତ୍ତନ କରିବା ସହ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ଶିଖ ସମ୍ପ୍ରଦାୟର ଲୋକମାନେ କାଶ୍ମୀରରୁ ନୂଆଦିଲ୍ଲୀ ଯାଏଁ ବିରୋଧ ପ୍ରଦର୍ଶନ କରୁଛନ୍ତି।

କାଶ୍ମୀରରେ ଜୋର୍ ଜବରଦସ୍ତ ଝିଅମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଭଳି ସମୟରେ କୋର୍ଟଙ୍କ ପକ୍ଷରୁ ସମ୍ପୃକ୍ତ ଝିଅଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି।

ଏହି ଘଟଣା ଶନିବାର ଦିନ ସାମ୍ନାକୁ ଆସିବା ପରେ ଦିଲ୍ଲୀ ଶିଖ ଗୁରୁଦ୍ୱାରା ପରିଚାଳନା କମିଟି (ଏସଜିପିସି) ଅଧ୍ୟକ୍ଷ ମନଜିନ୍ଦର ସିଂ ସିରସା କାଶ୍ମୀର ଯାଇ ସେଠାରେ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ସେଠାକାର ସଂଖ୍ୟାଲଘୁମାନଙ୍କ ଉପରେ “ଇସଲାମୀୟ ଅତ୍ୟାଚାର” ବିରୋଧରେ ଲଢେଇ କରିବା ପାଇଁ ହିନ୍ଦୁ ସମ୍ପ୍ରଦାୟର ସାହାଯ୍ୟ ଲୋଡିଛନ୍ତି ଶିଖ୍ ସମ୍ପ୍ରଦାୟ। ଏପରିକି ମହାରାଷ୍ଟ୍ର ସମେତ ଅନେକ ସ୍ଥାନରୁ ହିନ୍ଦୁମାନଙ୍କୁ ଫେରିବାରେ ଶିଖମାନେ କିଭଳି ସାହାଯ୍ୟ କରିଥିଲେ ସେ ନେଇ ମନେ ପକାଛନ୍ତି ।

ଏସମ୍ପର୍କରେ ସିରସା କହିଛନ୍ତି ଯେ ‘‘ ଆମର ଦୁଇ ଝିଅଙ୍କୁ ଅପହରଣ କରାଯାଇ ଜୋର୍ ଜବରଦସ୍ତି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ବିବାହ କରି ଦିଆଯାଇଛି । ଏମିତିକି କୋର୍ଟ ଭିତରକୁ ସେମାନଙ୍କ ମାଆ-ବାପାଙ୍କୁ ଯିବାକୁ ମଧ୍ୟ ଦିଆଯାଇନଥିଲା । ପରେ ଆମ ଲୋକମାନେ ବିରୋଧ ପ୍ରଦର୍ଶନ କରିବାରୁ ରାତି ୧୦ଟା ବେଳକୁ ଜଣେ ଝିଅକୁ ବାହାରକୁ ପଠାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ ଛଡା ଯାଇନଥିଲା । ବଳପୂର୍ବକୁ ବିବାହ କରାଯାଇଥିବାରୁ ଏହା ଲଭ୍ ଜିହାଦ ବୋଲି ଶିଖ୍ ସମ୍ପ୍ରଦାୟ ପ୍ରକାଶ କରିଛନ୍ତି। ସିଏଏ ଆନ୍ଦୋଳନ ସମୟରେ ଆମେ କାଶ୍ମୀର ଝିଅ ମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇଥିଲୁ । ହେଲେ ଆଜି ଏହି ମୗେଲାନା ମାନେ କାହିଁକି ଚୁପ୍ ଅଛନ୍ତି?’’ ବୋଲି ପ୍ରଶ୍ନ କରିଛନ୍ତି ଅକାଳୀ ନେତା ମନଜିନ୍ଦର ସିଂହ ସିରସା।

ସୂଚନାଯୋଗ୍ୟ, କାଶ୍ମୀରର ବଡଗାମ ଜିଲ୍ଲା ଏବଂ ଶ୍ରୀନଗରର ମହଜୁର୍ ନଗର ଅଞ୍ଚଳରେ ଅନେକ ଶିଖ୍ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି । ଏପରିକି ଯୁବତୀ ମାନଙ୍କୁ ପ୍ରଲୋଭିତ କରାଯାଉଛି। ବଡଗାମର ଗୁରୁଦ୍ୱାରା ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତପାଲ ସିଂ କହିଛନ୍ତି ଯେ ଜଣେ ୧୮ ବର୍ଷୀୟ ଶିଖ୍ ଯୁବତୀକୁ ପ୍ରଲୋଭିତ କରାଯାଇ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଆଉ ସେହି ଝିଅର ମାନସିକ ସ୍ଥିତି ଭଲ ନଥିଲା। ସେହିପରି ଶ୍ରୀନଗରର ମହଜୁର୍ ନଗର ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଶିଖ୍ ଯୁବତୀଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏପରିକି ଯୁବତୀ ଜଣକ ମୁସଲମାନ ବନ୍ଧୁଙ୍କ ସହ ବିବାହ ଉତ୍ସବରେ ଯୋଗଦେବାକୁ ଯାଇ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି।

 

 

Leave a Reply

ନଜର ପକାନ୍ତୁ