ପଞ୍ଜାବ କଂଗ୍ରେସରେ ବଢୁଛି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ଘରେ ବରିଷ୍ଠ ନେତାଙ୍କ ଲଞ୍ଚ

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନା ନେଉନି। ଦିଲ୍ଲୀରେ ଦଳର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଆଲୋଚନା ଜାରି ରଖିଥିବାବେଳେ ପଞ୍ଜାବରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

ସୂଚନା ଅନୁଯାୟୀ, କ୍ୟାପଟେନ୍ ଅମରିନ୍ଦର ସିଂ ଦଳର ବରିଷ୍ଠ ନେତାଙ୍କୁ ଆଜି ଲଞ୍ଚ ପାଇଁ ଡାକିଛନ୍ତି। ପ୍ରାୟ ୨୦ରୁ ୨୫ ଜଣ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଫୋନ୍ ମାଧ୍ୟମରେ ନିମନ୍ତ୍ରଣ କରିଥିବା ଜଣାପଡିଛି। ଲଞ୍ଚ ଟେବୁଲରେ ଅନେକ ନେତାଙ୍କୁ ଏକଜୁଟ କରି ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କ୍ୟାପଟେନ୍।

ସେପଟେ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟି ନିଜର ସ୍ଥିତି ଜାହିର କରିଛନ୍ତି ସିଦ୍ଧୁ । ବିଧାନସଭା ନିର୍ବାଚନ ପୂର୍ବରୁ ସିନ୍ଧୁଙ୍କୁ ସଙ୍ଗଠନର ଛାମୁଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ଧରି ପଞ୍ଜାବ କଂଗ୍ରେସରେ ବିବାଦ ଘନେଇବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ସହ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ତିନି ଜଣିଆ କମିଟି ଦଳର ଅନେକ ବରିଷ୍ଠ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।

Leave a Reply

ନଜର ପକାନ୍ତୁ