ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ୮ ତାରିଖରେ ଉଚ୍ଚସ୍ତରୀୟ ବୈଠକ

ପୁରୀ: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮ ତାରିଖରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀମାନେ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । କୋଭିଡ କଟକଣାରେ ରଥଯାତ୍ରା ଆୟୋଜନ ନେଇ ହେବ ଆଲୋଚନା  ।

ଗତବର୍ଷ ରଥଯାତ୍ରା କୋଭିଡ କଟକଣା ଭିତରେ ସମାପନ୍ନ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏହି କଟକଣା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ସେପଟେ ଦ୍ୱିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟ ବଢାଇଥିବାବେଳେ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ସମାପନ କରିବେ ରାଜ୍ୟ ସରକାର  । ସେପଟେ ରହଡଥଯାତ୍ରା ପୂର୍ବରୁ ସ୍ନାନ ଯାତ୍ରା ମଧ୍ୟ ସୁରୁଖୁରରେ ଶେଷ ହୋଇଛି  । ତିନି ରଥରେ ମଧ୍ୟ ବର୍ତ୍ତମାନ ଶେଷ ସ୍ପର୍ଶ ଦିଆହେଉଛି  । ତେଣୁ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଥିବାରୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ନେଅ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି  ।

Leave a Reply