spot_img

Latest Posts

ଭରସାଯୋଗ୍ୟ ନୁହେଁ ହ୍ୱାଟ୍ସଆପ୍‌ ମେସେଜ, ଏହା ପ୍ରମାଣ ହିସାବରେ ଗ୍ରହଣୀୟ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭରସାଯୋଗ୍ୟ ନୁହେଁ ହ୍ୱାଟ୍ସଆପ୍‌ ମେସେଜ୍। ଲୋକପ୍ରିୟ ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ବାର୍ତ୍ତରକୁ ପ୍ରମାଣ ହିସାବରେ ନେଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୌଣସି ବ୍ୟକ୍ତିଙ୍କୁ ହ୍ୱାଟ୍ସଆପ୍ ମେସେଜ ଆଧାରରେ ଦଣ୍ଡିତ କରାଯାଇପାରିବନାହିଁ ।

ହ୍ୱାଟସଆପ୍ ମେସେଜର ପ୍ରାମଣିକତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟର ଖଣ୍ଡପୀଠ କହିଛନ୍ତି, ‘ବର୍ତ୍ତମାନ ସମୟରେ ହ୍ୱାଟସଆପ୍ ସନ୍ଦେଶର ପ୍ରାମାଣିକତା ମୂଲ୍ୟ କ’ଣ ? ଏବେ ସୋସିଆଲ ମିଡିଆରେ କିଛି ମଧ୍ୟ ତିଆରି କରାଯାଇ ପାରିବ ଓ ଡିଲିଟ୍ କରାଯାଇପାରିବ । ଆମେ ହ୍ୱାଟସଆପ୍ ମେସେଜକୁ କୌଣସି ଗୁରୁତ୍ୱ ଦେଉ ନାହୁଁ। ତଥ୍ୟ ପ୍ରମାଣ ହିସାବରେ ହ୍ୱାଟ୍ସଆପ୍‌ ମେସେଜକୁ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ।’

୨୦୧୬ ଡିସେମ୍ବରରେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ A2Z ଇନଫ୍ରାସ୍ ସର୍ଭିସେସ୍ ଏବଂ ଅନ୍ୟ ଏକ ସଂସ୍ଥା ମଧ୍ୟରେ ୱେଷ୍ଟ ମ୍ୟାଟେରିଆଲ୍ସର ସଂଗ୍ରହ ଏବଂ ପରିବହନ ପାଇଁ ହୋଇଥିବା ଚୁକ୍ତିକୁ ନେଇ ସୁପ୍ରିମ କୋରଟ ଏଭଳି ରାୟ ଦେଇଛନ୍ତି ।

ସୂଚନା ମୁତାବକ ୨୦୧୭ରେ, A2Z ଚୁକ୍ତିଭିତ୍ତିକ କାର୍ଯ୍ୟର ଏକ ଅଂଶ ପୂରା କରିବା ପାଇଁ କ୍ୱିପୋ ଇନଫ୍ରାଷ୍ଟ୍ରକଚର ସହିତ ଅନ୍ୟ ଏକ ଚୁକ୍ତି କରିଥିଲା। ଏବଂ ସହମତି ହୋଇଥିଲା ଯେ A2Z ଦ୍ୱାରା ପ୍ରାପ୍ତ ରାଶି ଏକ ଏସ୍କ୍ରୋ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଅନ୍ୟ ପାର୍ଟିମାନଙ୍କୁ  ପେମେଣ୍ଟ କରାଯିବ।

ହେଲେ ୨୦୨୦ ରେ, A2Z ଏହି ଚୁକ୍ତିନାମାକୁ ବନ୍ଦ କରିଦେଲା । ଯାହା ପରେ କ୍ୱିପ୍ପୋ ଇନଫ୍ରାଷ୍ଟ୍ରକଚର କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କ୍ୱିପ୍ପୋ କୋର୍ଟଙ୍କୁ ତାଙ୍କର ଚୁକ୍ତିନାମା ଓ ୮.୧୮ କୋଟି ଟଙ୍କା ଦେୟ ନେଇ ଏକ ହ୍ୱାଟସ୍ଆପ୍ ବାର୍ତ୍ତାକୁ ପ୍ରମାଣ ଆଧାରରେ ଦେଖାଇଥିଲା। ହେଲେ A2Z କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଓ ଏହି ମେସେଜ୍ ଜାଲ୍ ବୋଲି କହିଥିଲା । ଅବସ୍ୟ କ୍ୱିପୋର ଓକିଲ ପେମେଣ୍ଟ ସହ ଜଡ଼ିତ ଇମେଲ ଓ ବ୍ୟଙ୍କ ଷ୍ଟେମେଣ୍ଟ ଦେଖାଇବାପରେ କୋର୍ଟ A2Z କମ୍ପାନୀକୁ ସେହି ଏସ୍କ୍ର ଆକାଉଣ୍ଟରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶରେ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ନାହାଁନ୍ତି । କୋର୍ଟ କିଛନ୍ତି, ‘ଏକ ଏସ୍କ୍ରୋ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ HCଙ୍କ ନିର୍ଦ୍ଦେଶରେ ଆମେ ସନ୍ତୁଷ୍ଟ ନୁହଁ। ଆମେ ହ୍ୱାଟ୍ସଆପ୍ ବାର୍ତ୍ତାକୁ ନେଇ ବିଚାର କରୁନାହୁଁ। ଯଦି ଏହା ବିଳମ୍ବ ନହୁଏ, ତା’ହେଲେ ମଧ୍ୟସ୍ଥି ପାଖକୁ ଯାଆନ୍ତୁ। ଏବଂ ତାଙ୍କ ନିଷ୍ପତ୍ତିକୁ ଦଳଗୁଡିକ ଗ୍ରହଣ କରିବାକୁ ବାଧ୍ୟ।’

ଅନ୍ୟପଟେ, ହ୍ୱାଟ୍ସଆପ୍ର ଗୋପନୀୟତା ନୀତିକୁ ନେଇ କେନ୍ଦ୍ର ସହ ଚାଲିଥିବା ବିବାଦ ମଧ୍ୟରେ ଶୁକ୍ରବାର ଦିନ ହ୍ୱାଟ୍ସଆପ୍‌ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ସେ ଏହାର ଗୋପନୀୟତା ନୀତି ବା ପ୍ରାଇଭେସି ପଲିସିକୁ ଅସ୍ଥାୟୀ ଭାବରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଣାଇଦେବାକୁ ଚାହୁଁ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଲାଗି କେନ୍ଦ୍ର ସରକାର ଜାରି କରିଥିବା ନୂତନ ମାର୍ଗଦର୍ଶିକା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହ୍ୱାଟ୍ସଆପ୍ । ନୂଆ ନିୟମରେ ୟୁଜରଙ୍କ ଚାର୍ଟକୁ ଟ୍ରେସ୍ କରିବାକୁ ପଡ଼ିବ। ଯାହାକି ୟୁଜରଙ୍କ ଗୋପନୀୟତାକୁ ପ୍ରଭାବିତ କରିବ ବୋଲି ହ୍ୱାଟ୍ସଆପ୍ ଅଭିଯୋଗ କରିଛି । ଅନ୍ୟପଟେ ସବୁ ମେସେଜର ଅରିଜିନ୍ ଟ୍ରେସ୍ କରାଯିବ ନାହିଁ ବୋଲି ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Latest Posts

Don't Miss