spot_img

Latest Posts

୧୦୦ କୋଟି ଚାନ୍ଦା ଆଦାୟ ଘଟଣା, ଅନିଲ ଦେଶମୁଖଙ୍କ ଠାରୁ ଇଡି ଜବତ କଲା ୪.୨୦ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ୧୦୦ ଗୋଟି ଚାନ୍ଦା ଆଦାୟ ଘଟଣା। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଠାରୁ ଜବତ ହେଲା ୪.୨୦ କୋଟି ଟଙ୍କା ସମ୍ପତ୍ତି। ଏହି ପ୍ରସଙ୍ଗରେ ଅଧିକାରୀମାନେ କହିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଏକ ସାମୟିକ ସଂଲଗ୍ନ ଆଦେଶ ଜାରି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ୭୨ ବର୍ଷିୟ ଦେଶମୁଖ ବାରମ୍ବାର ସମନକୁ ଅଣଦେଖା କରିଛନ୍ତି।

ପଚରାଉଚରା ପାଇଁ ଅତି କମରେ ତିନି ଥର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତରଫରୁ ଡକରା ଯାଇଥିଲେ ମଧ୍ୟ ଯାଇନାହାଁନ୍ତି ଦେଶମୁଖ। ଏହାପୂର୍ବରୁ ତାଙ୍କ ପୁଅ ହ୍ରିଷିକେଶ ଏବଂ ପତ୍ନୀଙ୍କୁ ମଧ୍ୟ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଡକାଯାଇଥିଲା କିନ୍ତୁ ସେମାନେ ମଧ୍ୟ ସାକ୍ଷି ଦେବାକୁ ମନା କରିଦେଇଥିଲେ।

ଏହାପୂର୍ବରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍ବୀର ସିଂଙ୍କ ଅଭିଯୋଗ ଅନୁଯାୟୀ ସିବିଆଇ ଏବଂ ଇଡି ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସିଂ ତାଙ୍କ ଅଭିଯୋଗରେ ଦେଶମୁଖଙ୍କୁ ଅତି କମରେ ୧୦୦କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି।

Latest Posts

Don't Miss