spot_img

Latest Posts

ବର୍ଷାରେ ଭିଜିଲା ରାଜଧାନୀ; ରାସ୍ତାଘାଟ ଜଳମଗ୍ନ

ନୂଆଦିଲ୍ଲୀ: ଶ୍ରାବଣ ପହିଲି ବର୍ଷାରେ ଭିଜିଲା ରାଜଧାନୀ। ଦିଲ୍ଲୀ-NCRରେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ରାସ୍ତାଘାଟ ଜଳମଗ୍ନ ହୋଇଛି। ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିବା ବେଳେ ବସ୍‌ ଭିତରେ ବର୍ଷା ପାଣି ପଶିଯାଇଛି।

ଇଣ୍ଡିଆ ଗେଟ୍‌ ଆଖପାଖରେ ରାସ୍ତା ଉପରେ ପାଣି ଜମି ରହିଥିବା ଯୋଗୁ ଯାତାୟାତ ବାଧାପ୍ରାନ୍ତ ହୋଇଛି। ମଥୁରା ରୋଡ୍‌, ଆର୍ କେ ପୁରମ୍, ଧୋଲା କୁଆ, ସଫଦରଗଞ୍ଜ ଆଦି ଅଞ୍ଚଳରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଦିନ ତମାମ ବର୍ଷା ହେବା ସମ୍ଭାବନା ରହିଥିବା ବେଳେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୩-୪ ଦିନ ଧରି ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମ ଦିଲ୍ଲୀ, ନୂଆ ଦିଲ୍ଲୀ, ସାହଦରା, ପ୍ରୀତ ବିହାର, ମଧ୍ୟ ଦିଲ୍ଲୀ, ଗୁରୁଗ୍ରାମ ଆଦି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ତେବେ ବର୍ଷା ଯୋଗୁ ଜମୁନାନଦୀର ଜଳସ୍ତର ବଢ଼ୁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଥିବା ନେଇ ସୂଚନା ମିଳିଛି ।

 

Latest Posts

Don't Miss