spot_img

Latest Posts

ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ସମ୍ମାନଜନକ ସ୍କୋର କରିବାରେ ଚେନ୍ନାଇ ସଫଳ

ୟୁଏଇ: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ସମ୍ମାନଜନକ ସ୍କୋର କରିବାରେ ସଫଳ ଚେନ୍ନାଇ ସୁପରକିଙ୍ଗସ୍ । ମୁମ୍ୱାଇ ଇଣ୍ଡିଆନ୍ସ ସାମ୍ନାରେ ୧୫୭ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ । ଋତୁରାଜଙ୍କ ଅର୍ଦ୍ଧଶତକ ଓ ନିମ୍ନ କ୍ରମରେ ବ୍ରାଭୋଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ୧୫୬ ରନ୍ ସ୍କୋର କରିବାରେ ସଫଳ ହୋଇପାରିଛି ଦଳ ।  ଟିମ୍ ପକ୍ଷରୁ ଋତୁରାଜ ସର୍ବାଧିକ ୮୮(୫୮) କରିଥିବା ବେଳେ ବ୍ରାଭୋଙ୍କ ୨୩(୮) ରନ୍ ଦଳକୁ ସମ୍ମାନଜନକ ସ୍କୋର ହାସଲ କରିବାରେ  ସଫଳ ହୋଇଥିଲା ।

ଆଜିର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ତେବେ ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଛି  । ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ଫାଫ୍ ଡୁପ୍ଳେସିସ୍ ବିନା କୌଣସି ରନ୍ କରି ଫେଭିଲିୟନ୍ ଫେରିଯାଇଥିବା ବେଳେ ୩ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ମୋଇନ ଅଲ୍ଲୀ ମଧ୍ୟ ବିନା କୌଣସି ରନ୍ କରି ଆଉଟ ହୋଇଛି । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ଅମ୍ୱାତି ରାଇଡୁ ଆହତ ହୋଇ ଫେଭିଲିୟନ୍ ଫେରିଛନ୍ତି । ତାଙ୍କ ପଛକୁ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରାଇନା ମଧ୍ୟ ନିରାଶ କରିଛନ୍ତି । ମାତ୍ର ୪ରନର ବ୍ୟକ୍ତିଗତ ସ୍କୋରରେ ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଛନ୍ତି ଚେନ୍ନାଇ ଷ୍ଟାର ବ୍ୟାଟ୍ସ ମ୍ୟାଚ୍ ରାଇନ୍ ହୋଇଥିଲେ ।

କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଋତୁରାଜଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ପଞ୍ଚମ ୱିକେଟ୍ ହରାଇ ୮୧ ରନର ଭାଗିଦାରୀ କରିଥିଲେ। ଜାଡେଜା ୨୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ। । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ବ୍ରାଭୋଙ୍କ ଧୂଆଁଧାର ସ୍କୋାର ଏହି ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଛି ।

ମୁମ୍ୱାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି କିରନ୍‌ ପୋର୍ଲାଡ(ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ଅନମୋଲପ୍ରୀତ ସିଂହ, ସୌରଭ ତିଓ୍ୱାରୀ, କୃଣାଳ ପାଣ୍ଡ୍ୟା, ଆଡାମ ମିଲନେ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଡ, ଜଶପ୍ରୀତ ବୁମରା । ସେହିଭଳି ଚେନ୍ନାଇ ସୁପର କିଙ୍ଗସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଁ ଋତୁରାଜ ଗାଏକୱାଡ, ଫାଫ୍‌ ଡୁ ପ୍ଲେସିସ୍, ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, ଏମ୍‌ ଏସ୍‌ ଧୋନି(ଅଧିନାୟକ), ଶର୍ଦୁଲ ଠାକୁର, ଦୀପକ ଚହର, ଜୋସ ହାଜେଲଉଡ୍‌  ।

Latest Posts

Don't Miss