spot_img

Latest Posts

ମୁମ୍ବାଇରେ ୧୦୦ ଟପିଲା ତୖେଳ ଦର, ଚିନ୍ତାରେ ଗ୍ରାହକ

ମୁମ୍ବାଇ: ଦରଦାମ୍ ହୁ ହୁ ହୋଇ ବଢୁଥିବାରୁ ଚିନ୍ତାରେ ପଡିଛନ୍ତି ଗ୍ରାହକ। ଗତ ୫ଦିନ ହେବ କ୍ରମାଗତ ଭାବେ ପେଟ୍ରେଲ୍ ଓ ଡିଜେଲ୍ ଦର ବଢୁଥିବା ବେଳେ ଶନିବାର ଦିନ ପୁଣି ବଢିଛି ତେଲ ଦର। ଆଜି ପେଟ୍ରୋଲ ୩୦ ପଇସା ଓ ଡିଜେଲରେ ୩୫ ପଇସା ବୃଦ୍ଧି ଘଟିଛି। ଫଳରେ ଦିଲ୍ଲୀରେ ପଟ୍ରୋଲ ଦର ୧୦୩ ଟଙ୍କା ୫୪ ପଇସାରୁ ବଢି ୧୦୩ ଟଙ୍କା ୮୪ ପଇସାରେ ପହଞ୍ଚିଛି । ସେହିଭଳି ଡିଜେଲ ୯୨ ଟଙ୍କା ୧୨ ପଇସାରୁ ବୃଦ୍ଧି ଘଟି ୯୨ ଟଙ୍କା ୪୭ ପଇସାରେ ପହଞ୍ଚିଛି।

ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲ ଦର ବଢିବା ଯୋଗୁ ଘରୋଇ ବଜାରରେ ମଧ୍ୟ ତେଲ ଦର ସର୍ବକାଳୀନ ରେକର୍ଡ ଭାଙ୍ଗୁଥିବା ଆଇଓସିଏଲ ପକ୍ଷରୁ କୁହାଯାଇଛି । ସେହିଭଳି ମୁମ୍ବାଇରେ ମଧ୍ୟ ତେଲ ଦର ଆକାଶ ଛୁଆଁ ହୋଇଛି । ଏଠି ପେଟ୍ରୋଲ ଦର ୧୦୯ ଟଙ୍କା ୮୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୧୦୦ ଟଙ୍କା ୨୯ ପଇସାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ୍ ଦର ଲି. ପିଛା ୧୦୪ ଟଙ୍କା ୫୨ ପ. ପହଞ୍ଚିଥିବା ବେଳେ ଡିଜେଲ୍ ଦର ୯୫.୯୩ ଛୁଇଁଛି।

ଅପରପକ୍ଷେ  ଚେନ୍ନାଇରେ ପେଟ୍ରୋଲ୍ ଦର ଲି. ପିଛା ୧୦୧ ଟଙ୍କା ୨୭ ପ.ରେ ପହଞ୍ଚିଥିବା ବେଳେ ଡିଜେଲ୍ ଦର ୯୬.୯୩ ଛୁଇଁଛି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ୧୦୪ ପାର କରିଥିବା ବେଳେ ଡିଜେଲ ୧୦୦ ପାର କରିଛି । ରାଜ୍ୟର ସବୁ ସ୍ଥାନଠାରୁ ମାଲକାନଗିରିରେ ତେଲଦର ଅଧିକା ରହିଥିବା ସୂଚନା ମିଳିଛି।

Latest Posts

Don't Miss