spot_img

Latest Posts

ଭର୍ତ୍ତୃହରି ମହତାବ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କଟକ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଅସୁସ୍ଥ । ଏହାପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ତ୍ତୃହରିଙ୍କ ପୁଅଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ତାଙ୍କ ସ୍ଵାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି।

ଭର୍ତ୍ତୁହରିଙ୍କ ପୁଅଙ୍କ ସହିତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସାଂସଦଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣିବା ପରେ ପୁଅଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

ସେହିପରି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଭର୍ତ୍ତୃହରି ମହତାବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଭର୍ତ୍ତୃହରି ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲୁଥିବାରୁ ଦିଲ୍ଲୀରେ ରହିଥିଲେ। ଏହାପରେ ତାଙ୍କ ଶରୀର ଅସୁସ୍ଥ ହେବାର ଖବର ଆସିଛି। ଚଳିତ ଅଧିବେଶନରେ ଭର୍ତ୍ତୃହରି ପ୍ରତ୍ୟେକ ଦିନ ସଂସଦରେ ଉପସ୍ଥିତ ରହୁଥିଲେ।

Latest Posts

Don't Miss