spot_img

Latest Posts

ଉଦ୍ଧାର କାର୍ଯ୍ୟ ସ୍ଥଗିତ, ନିଖୋଜଙ୍କୁ ଖୋଜିବାକୁ ଆଉ ୨ ଦିନ ସମୟ

ନନ୍ଦିଘୋଷ ବିୁରୋ: ଗିଡିପାବାଲିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଛି । ତେବେ, ପ୍ରଶାସନ ପକ୍ଷରୁ ଆଉ ଦୁଇଦିନ ଚେଷ୍ଟା କରାଯିବ ବୋଲି କହିଛନ୍ତି କନ୍ଧମାଳ ଜିଲ୍ଲାପାଳ । ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଅନ୍ତିମ ପ୍ରୟାସ କରିଯିବ । ଯଦି ପାଗ ଅନୁକୂଳ ରହେ, ତେବେ ଆଜିଠାରୁ ପୁଣି ରେସ୍କ୍ୟୁ ଅପରେସନ ଦୁଇ ଦିନପାଇଁ ଆରମ୍ଭ କରାଯିବ । ଗୋଟିଏ ରାତିରେ ଏହି ସ୍ଥାନରେ ଲଗାତାର ତିନି ଥର ଭୂସ୍ଖଳନ ହୋଇଛି । ତେଣୁ ମୃତଦେହ ପ୍ରାୟ ୩୦ ଫୁଟରୁ ଅଧିକ ଗଭୀରରେ ରହିଥିବା ବିଶେଷଜ୍ଞ ଦଳ ଅନୁମାନ କରିଛନ୍ତି l

ବର୍ତ୍ତମାନ ଉପଲ ଯନ୍ତ୍ରପାତି ଯୋଗେ ୩୦ ଫୁଟରୁ ତଳକୁ ଯାଞ୍ଚ କରିବା ସମ୍ଭବ ନୁହେଁ । ଏଥି ସହିତ ଏଠାରେ ବ୍ଲାଷ୍ଟିଂ କଲେ ପୁଣି ଭୂସ୍ଖଳନ ହେବା ଆଶଙ୍କା ରହିଛି। ତେଣୁ ବିଶେଷଜ୍ଞ ମାନଙ୍କ ପରାମର୍ଶ ଓ ପ୍ରଶାସନର ନିଷ୍ପତ୍ତି ପ୍ରକାରେ ଉଦ୍ଧାର ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗତ ଦୁଇଦିନର ବ୍ଲାଷ୍ଟିଂ ପରେ ମଧ୍ୟ ବିଶେଷ ଫଳାଫଳ ମିଳିନାହିଁ । ଠାବ ହୋଇଥିବା ଦୁଇଟି ମୃତଦେହ ଉଦ୍ଧାର କରିବା ପାଇଁ ତିନି ଦିନ ଲାଗିଥିଲା । ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଏମାନେ ସବୁଠାରୁ ଉପର ସ୍ତରରେ ଥିଲେ । ସମସ୍ତଙ୍କ ପ୍ରତୀକାତ୍ମକ ସାମୂହିକ ଅନ୍ତିମ ସଂସ୍କାର ଗ୍ରାମ ନିକଟସ୍ଥ ଏକ ସ୍ଥାନରେ କରିବା ପାଇଁ ଆପାତତଃ ପ୍ରସ୍ତାବ ଦେଇଛନ୍ତି । ସେହି ସ୍ଥାନରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ପ୍ରସ୍ତାବ ଦେଇଛନ୍ତି । ଆଗକୁ ହେବାକୁ ଥିବା ଉଦ୍ଧାର କାର୍ଯ୍ୟରୁ ରେଲବାଇକୁ ବାଦ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Latest Posts

Don't Miss