ମୟୂରଭଞ୍ଜ: ସ୍ୱାମୀ ମାଡ଼ରେ ସ୍ତ୍ରୀ ମୃତ୍ୟୁ। ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ। ଦୁଃଖଦ ଘଟଣା ଘଟିଛି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ଗ୍ରାମରେ। ସ୍ୱାମୀ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ମାଡ଼ରେ ସ୍ତ୍ରୀ ରତ୍ନାପ୍ରଭା ନାୟକଙ୍କ ମୃତ୍ୟୁ। ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ୍ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ମୃତକ ମହିଳାର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ଘରେ ଅଢ଼େଇ ବର୍ଷର ପୁଅଟି ମଧ୍ୟ ରହିଛି।

