spot_img

Latest Posts

ରାଶି ହିସାବରେ ଧାରଣ କରନ୍ତୁ ରୁଦ୍ରାକ୍ଷ

ଗ୍ରହର କୁପ୍ରଭାବ କମାଇବାକୁ ଅଥବା ସମାପ୍ତ କରିବାକୁ ଆମେ ବିଭିନ୍ନ ପ୍ରକାରର ରତ୍ନ ପିନ୍ଧିଥାଉ। ସେହିପରି ଆପଣଙ୍କ ରାଶି ଅନୁସାରେ ରୁଦ୍ରାକ୍ଷ ଧାରଣ କଲେ ମଧ୍ୟ ଗ୍ରହର କୁପ୍ରଭାବ କମିବା ସହ ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ ବୋଲି ଜ୍ୟୋତିର୍ବିଦ୍‌ କୁହନ୍ତି। ରୁଦ୍ରାକ୍ଷକୁ ମହାଦେବଙ୍କ ସ୍ୱରୂପ ବୋଲି କୁହାଯାଇଥାଏ। ତେଣୁ ରୁଦ୍ରାକ୍ଷ ଧାରଣ କଲେ ମହାଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ ଓ ସବୁ ସମସ୍ୟାର ଅନ୍ତ ଘଟିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ପ୍ରକାର ରୁଦ୍ରାକ୍ଷ ଧାରଣ କଲେ ଗ୍ରହଦୋଷ ଦୂର ହୋଇଯିବ।

ମେଷ: ମେଷ ରାଶିର ବ୍ୟକ୍ତି ନିଜ ସୌଭାଗ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ ଏକମୁଖି ରୁଦ୍ରାକ୍ଷ ଧାରଣ କରିବା ଦରକାର। ଏହାସହ ଏହି ରାଶିର ବ୍ୟକ୍ତି ତିନି କିମ୍ବା ପାଞ୍ଚ ମୁଖି ରୁଦ୍ରାକ୍ଷ ଧାରଣ କରିପାରିବେ।

ବୃଷ: ମାନସମ୍ମାନରେ ବୃଦ୍ଧି କରିବାକୁ ଚାହୁଁଥିଲେ ଚାରିମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ। ଏହାସହ ଆପଣ ଛଅ ମୁଖି କିମ୍ବା ଚଉଦ ମୁଖି ରୁଦ୍ରାକ୍ଷ ଧାରଣ କରିପାରିବେ।

ମିଥୁନ: ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ପାଇଁ ଚାରି ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ। ଏହାସହ ଆପଣ ପାଞ୍ଚ ମୁଖି ଓ ତେର ମୁଖି ରୁଦ୍ରାକ୍ଷ ମଧ୍ୟ ଧାରଣ କରିପାରିବେ।

କର୍କଟ: ଚାକିରି ଓ ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ଆପଣ ତିନି ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ। ପାଞ୍ଚ ମୁଖି ଓ ଏଗାର ମୁଖି ରୁଦ୍ରାକ୍ଷ ଧାରଣ କଲେ ମଧ୍ୟ ଭାଗ୍ୟରେ ପରିବର୍ତ୍ତନ ଘଟିବ।

ସିଂହ: ସିଂହ ରାଶିର ବ୍ୟକ୍ତି ଏକ ମୁଖି, ତିନି ମୁଖି ଓ ପାଞ୍ଚ ମୁଖି ରୁଦ୍ରାକ୍ଷ ପିନ୍ଧିବା ଦରକାର। ଏହାଦ୍ୱାରା ଧନପ୍ରାପ୍ତି ହେବାର ଯୋଗ ରହିଛି।

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଚାରି ମୁଖି, ପାଞ୍ଚ ମୁଖି ଓ ତେର ମୁଖି ରୁଦ୍ରାକ୍ଷର ମାଳ ଗଳାରେ ଧାରଣ କରନ୍ତୁ, ସବୁ ସମସ୍ୟାର ଅନ୍ତ ହୋଇଯିବ ଓ ଭାଗ୍ୟ ଉଦୟ ହେବ।

ତୁଳା: ଏହି ରାଶିର ବ୍ୟକ୍ତି ଚାରି ମୁଖି ଓ ଛଅ ମୁଖି ରୁଦ୍ରାକ୍ଷ ମାଳ ପିନ୍ଧିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉପଦେଶ ଦିଆଯାଇଛି। ଏହାଦ୍ୱାରା ସବୁ କଷ୍ଟର ଅନ୍ତ ହୋଇଯିବ।
ବିଚ୍ଛା: ଏହି ରାଶିର ବ୍ୟକ୍ତି ତିନି ମୁଖି କିମ୍ବା ପାଞ୍ଚ ମୁଖି ରୁଦ୍ରାକ୍ଷ ପିନ୍ଧିଲେ ସବୁ ସମସ୍ୟାର ସମାଧାନ ହୋଇଯିବ।

ଧନୁ: ଯେତେ ଯାହା କଲେ ବି ସମସ୍ୟା ପିଛା ଛାଡୁ ନଥିଲେ, ଆପଣ ଚାରି ମୁଖି, ପାଞ୍ଚ ମୁଖି କିମ୍ବା ତେର ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ। ଦେଖିବେ ଗ୍ରହଦୋଷ କଟିଯିବ ଓ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିବ।

ମକର: ମକର ରାଶିର ବ୍ୟକ୍ତିଙ୍କୁ ସୁଖ ସମ୍ପୃଦ୍ଧି ପାଇବାକୁ ହେଲେ ଚାରି ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଆପଣ ତିନି ମୁଖି ଓ ଚଉଦ ମୁଖି ରୁଦ୍ରାକ୍ଷ ମଧ୍ୟ ଧାରଣ କରିପାରିବେ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ଭାଗ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ ଏକ ମୁଖି, ତିନି ମୁଖି କିମ୍ବା ପାଞ୍ଚ ମୁଖି ରୁଦ୍ରାକ୍ଷ ଧାରଣ କରିପାରିବେ।

ମୀନ: ଏହି ରାଶିର ବ୍ୟକ୍ତି ମାନସମ୍ମାନ ବୃଦ୍ଧି ଚାହୁଁଥିଲେ ଚାରି ମୁଖି, ଛଅ ମୁଖି କିମ୍ବା ଚଉଦ ମୁଖି ଧାରଣ କରନ୍ତୁ।

 

Latest Posts

Don't Miss