spot_img

Latest Posts

ଗ୍ୟାଲେରୀରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ପ୍ରଦର୍ଶିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଉଦଘାଟିତ । ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିସରରେ ଥିବା ଏହି ବହୁ ପ୍ରତୀକ୍ଷିତ ସଂସ୍କୃତି କଳାକୃତି ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗ୍ୟାଲେରିରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡିତ ଓଡିଶାର ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହୋଇଛି । ଅନେକ ପଟ୍ଟଚିତ୍ର, କତା, ପିପିଲି ଚାନ୍ଦୁଆ, ଟେରାକୋଟା, ସୋଲାପୀଠ, ପିତ୍ତଳ ସାମଗ୍ରୀ, ବିଭିନ୍ନ ପ୍ରକାରର ଧାତୁରେ ନର୍ମିତ ହସ୍ତଶିଳ୍ପର ଅନନ୍ୟ କାରୁକାର୍ଯ୍ୟ ଏଠାରେ ସ୍ଥାନ ପାଇଛି ।

ନୂତନ ଗ୍ୟାଲେରୀରେ ପ୍ରଭୁ ଜଗନ୍ନାଥଙ୍କର ଛଅଗୋଟି ପ୍ରଧାନ ବେଶ ପ୍ରଦର୍ଶିତ ହୋଇଛି । ଏହି ଗ୍ୟାଲେରୀରେ ଜଗନ୍ନାଥଙ୍କର ଦୁର୍ଲଭ ରଘୁନାଥ ବେଶ ସ୍ଥାନିତ ହୋଇଛି । ଏହାଛଡା ଦୁଇଟି ପୁରାତନ ନୃତ୍ୟଶୈଳୀ ଓ ନୈପୁଣ୍ୟ ‘ମାହାରୀ’ ଓ ‘ଗୋଟିପୁଅ’ ମଧ୍ୟ ସ୍ଥାନିତ ହୋଇଛି । ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ପଦ୍ମିନୀ ଦିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌. ବାଲ୍‌କି୍ରଷ୍ଣନ୍‌, 5-T ସଚିବ ଭି.କେ. ପାଣ୍ଡିଆନ୍‌, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss