spot_img

Latest Posts

ଆମେରିକା ଇତିହାସରେ ପ୍ରଥମ; ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ନମାଜ ପଢିଲେ ମୁସଲିମ୍

ନ୍ୟୁୟର୍କ: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ମୁସଲମାନ ମାନେ ରମଜାନର ପ୍ରଥମ ଦିନରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ନମାଜ ପଢିଛନ୍ତି। ଏହି ସମୟରେ ହଜାର ହଜାର ମୁସଲମାନ ଏକାଠି ହୋଇ ତରାବିହର ପ୍ରାର୍ଥନା ପଢିଥିଲେ। ମୁସଲମାନଙ୍କ ନମାଜ ପଢାକୁ ନେଇ ସୋସିଆଲ ମିଡିଆରେ ତର୍କ ବିତର୍କ ଚାଲିଛି। କିଛି ଲୋକ ଟାଇମ୍ସ ସ୍କୋୟାରରେ ନମାଜ ପଢାକୁ ସମର୍ଥନ କରିଥିବାବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି ।

ଗଲ୍ଫ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ମୁସଲମାନ ମାନେ ଟାଇମ୍ସ ସ୍କୋୟାର ପରି ପ୍ରସିଦ୍ଧ ସ୍ଥାନରେ ନମାଜ ପଢିଛନ୍ତି। ରମଜାନ ନ୍ୟୁୟର୍କ ସହରର ଏହି ପ୍ରସିଦ୍ଧ ସ୍ଥାନରେ ପାଳନ କରାଯାଉ ବୋଲି ଆମେରିକାରେ ରହୁଥିବା ମୁସଲମାନ ମାନେ ଚାହୁଁଥିବା ନେଇ କାର୍ଯ୍ୟକ୍ରମର ଆୟୋଜକ କହିଛନ୍ତି । ଖାଲି ଏତିକି ନୁହେଁ ଇସଲାମ ଧର୍ମକୁ ନେଇ ଦୁନିଆରେ ଅନେକ ଭୁଲ ଧାରଣା ରହିଛି ବୋଲି ଆୟୋଜକ କହିଛନ୍ତି ।

ଇସଲାମ ହେଉଛି ଶାନ୍ତିର ଧର୍ମ। ମୁସଲମାନଙ୍କ ପବିତ୍ର ରମଜାନ ମାସ ଶନିବାର ଠାରୁ ଆରମ୍ଭ ହୋଇଥିଲା।

ଟାଇମ୍ସ ସ୍କୋୟାରରେ ନମାଜ ପଢାକୁ ନେଇ ତୀବ୍ର ସମାଲୋଚନା ମଧ୍ୟ କରାଯାଉଛି । ସୋସିଆଲ ମିଡିଆରେ ସକ୍ରିୟ ଥିବା ୟୁଏଇର ବାସିନ୍ଦା ହାସନ ସଜୱାନି କହିଛନ୍ତି ଯେ ରାସ୍ତାରେ ନମାଜ ପଢିବା ଫଳରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ନ୍ୟୁୟର୍କରେ ୨୭୦ରୁ ଅଧିକ ମସଜିଦ ଅଛି । ତେଣୁ ଧର୍ମ ପ୍ରଦର୍ଶନ କରିବା ପାଇଁ ରାସ୍ତା ଅବରୋଧ କରିବାର ଆବଶ୍ୟକତା ନାହିଁ ।

ସେହିପରି ଅନ୍ୟ ଜଣେ ଉପଭୋକ୍ତା ମଧ୍ୟ ଲେଖିଛନ୍ତି – ମୁଁ ଜଣେ ମୁସଲମାନ କିନ୍ତୁ ଟାଇମ୍ସ ସ୍କୋୟାରରେ ନମାଜ ପଢାକୁ ସମର୍ଥନ କରୁନାହିଁ । ଏହା ଲୋକଙ୍କୁ ଭୁଲ ବାର୍ତ୍ତା ଦେଇପାରେ, ତେଣୁ କେବଳ ମସଜିଦରେ ନମାଜ ପଢିବା ଉଚିତ୍ ।

Latest Posts

Don't Miss