spot_img

Latest Posts

ଆଲିଆ ଭଟ୍ଟ ନୁହନ୍ତି ଭାରତୀୟ ନାଗରିକ ! ବିବାହ ପରେ ବଦଳାଇ ପାରନ୍ତି ନାଗରିକତା

ମୁମ୍ବାଇ: ବି-ଟାଉନରେ ଏବେ ବାହାଘର ମାହୋଲ୍। ଖୁବଶୀଘ୍ର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏହି ଲଭବାର୍ଡ। ଆଲିଆ ହେବେ ମିସେସ୍‌ ରଣବୀର କପୁର। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ହେଲେ ଆପଣ ଜାଣନ୍ତି କି ଆଲିଆ ଭାରତୀୟ ନୁହଁନ୍ତି। ଅକ୍ଷୟ କୁମାର ଓ ଜ୍ୟକଲିନ ଫର୍ଣ୍ଣାଣ୍ଡେଜଙ୍କ ପରି ସେ ମଧ୍ଯ ଜଣେ ବିଦେଶୀ ନାଗରିକ।

ଏତେ କମ ବୟସରେ ବଲିଉଡରେ ନିଜର ଏକପ୍ରକାରର ଦବଦବା ବନାଇସାରିଲେଣି ଆଲିଆ। ଏବେ ତାଙ୍କ ନାଁ ଭାରତର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ଯରେ ଗଣାଯାଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ଭାରତୀୟ ସିନେମାରେ ପରିଚୟ ପାଇଥିବା ଆଲିଆଙ୍କ ପାଖରେ କିନ୍ତୁ ଭାରତୀୟ ନାଗରିକତା ନାହିଁ। ତାଙ୍କ ପାଖରେ ଅଛି ବ୍ରିଟିଶ୍ ନାଗରିକତା। ଆଉ ଏହି କାରଣ ପାଇଁ ସେ ଭରତରେ ସରକାର ଗଠନ ପାଇଁ ନିଜର ମତ ବି ସାବ୍ୟସ୍ତ କରିପାରନ୍ତି ନାହିଁ।

ଆଲିଆଙ୍କ ବ୍ରିଟିଶ ନାଗରିକତା ନେଇ ପିତାମହଶ ଭଟ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ ଆଲିଆଙ୍କ ମାଆ ସୋନି ରାଜଦାନ ବ୍ରିଟିଶ ନାଗରିକ । ଆଲିଆଙ୍କ ଜନ୍ମ ବର୍ମିଙ୍ଘମରେ ହୋଇଥିଲା । ତେଣୁ ତାଙ୍କୁ ବ୍ରିଟିଶ ନାଗରିକତ୍ୱ ମିଳିଛି। ଆଲିଆ ମଧ୍ଯ ଅନେକଥର ନିଜ ପାଖରେ ଭାରତୀୟ ନାଗରିକତା ନଥିବାର ଦୁଃଖ ପ୍ରକାଶ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଭାରତରେ ତ  ଦ୍ୱୈତତ ନାଗରିକତାର କୌଣସି ନିୟମ ନାହିଁ। ତେବେ ଆଲିଆ ରଣବୀର କପୁରଙ୍କୁ ବିବାହ କରିବା ପରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିବେ କି?

ଜଣାଇଦେବାକୁ ଚାହୁଁ ଯେ ଅକ୍ଷୟ କୁମାର ବହୁ ବର୍ଷ ପୂର୍ବେ ଭାରତୀୟ ନାଗରିକତ୍ୱ ଛାଡି କାନାଡାର ନାଗରିକତ୍ୱ ପାଇଥିଲେ। ଏଭଳି ପରିସ୍ଥିତିରେ, ଆମର ଭାରତୀୟ ନିୟମ ଅନୁଯାୟୀ, ଅକ୍ଷୟ ଜଣେ ଭାରତୀୟ ନାଗରିକ ନୁହଁନ୍ତି କିମ୍ବା ତାଙ୍କର ଏଠାରେ ଭୋଟ୍ ଦେବାର ଅଧିକାର ନାହିଁ। ଏଥି ସହିତ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କର ଶ୍ରୀଲଙ୍କା ନାଗରିକତା ରହିଛି। ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାରୁ ଏବଂ ମା ମାଲେସିଆର। ଜ୍ୟାକଲିନ୍ ୨୦୦୬ରେ ମିସ୍ ୟୁନିଭର୍ସ ପାଇଁ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ।

Latest Posts

Don't Miss