spot_img

Latest Posts

ଅଗ୍ନିପଥ ଯୋଜନାରେ ବଡ଼ ଅପଡେଟ୍, ଆଗାମୀ ଶୁକ୍ରବାର ଠାରୁ ଆରମ୍ଭ ହେବ ଭର୍ତ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ:  ଏବେ ଅଗ୍ନପଥ ସ୍କିମକୁ ନେଇ ସାରା ଦେଶରେ ଜଳୁଛି ବିଦ୍ରୋହର ବହ୍ନି । ବିଭିନ୍ନ ରାଜ୍ୟ ବ୍ୟାପି ଚାଲିଥିବା ବିକ୍ଷୋଭ ଓ ଅସନ୍ତୋଷ ମଧ୍ୟରେ ଏବେ ସେନା ପକ୍ଷରୁ ଏକ ନୂଆ ଘୋଷଣା ଜାରି କାରାଯାଇଛି ।  ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି କି ଆଗାମୀ ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ।

ଜେନେରାଲ ମନୋଜ ପାଣ୍ଡେଙ୍କ ମତରେ ୨୦୨୨ ମସିହା ଅଗ୍ନିପଥ ଯୋଜନା ମାଧ୍ୟମରେ ବୟସ ସୀମା ୨୧ରୁ ବଢାଇ ୨୩ ବର୍ଷ କରିବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି  । ଯେଉଁମାନେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ଏହି ଫୋର୍ସରେ ଭର୍ତ୍ତି ପାଇଁ  ନୂଆା ସୁଯୋଗ ଦେବ।ସେଥିପାଇଁ ଆଗାମୀ ଶୁକ୍ରବାର ଠାରୁ  ନିୟମାନୁଯାୟୀ ଭର୍ତ୍ତି ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଯିବ । ସେନାଧ୍ୟକ୍ଷ ଅଗ୍ନିପଥ ଯୋଜନାରେ ଦେଶର ଯୁବକ ମାନେ ଅଗ୍ନିବୀର ଭାବେ ସାମିଲ ହେବାର ସୁଯୋଗର ଫାଇଦା ଉଠାଇବାକୁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ସେନା ପ୍ରମୁଖ ଏକ ବୟାନରେ କହିଛନ୍ତି କି ବୟସ ସୀମା ବୃଦ୍ଧି ନିଷ୍ପତ୍ତି ଯୋଗୁଁ ଅନେକ ଦେଶଭକ୍ତ ଯୁବକ ମାନଙ୍କୁ ଏକ ନୂଆ ସୁଯୋଗ ପ୍ରଦାନ କରିଛି । ଯାହାକି କୋଭିଡ-୧୯ କାରଣରୁ ସେନାରେ ଭର୍ତ୍ତି ହୋଇପାରି ନଥିଲେ, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରିବ ।

 

 

Latest Posts

Don't Miss