ଗଙ୍ଗା ନଦୀରେ ଭାସୁଛି ୭ କିଲୋ ଓଜନର ପଥର
କୋଲକାତା: ପୌରାଣିକ କଥାରେ ରାମାୟଣରେ ଆମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ନିର୍ମିତ ରାମସେତୁ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବା । ସେ ଯୁଗରେ ଶ୍ରୀରାମ ଲେଖାଥିବା ପଥର ପାଣିରେ ଭାସୁଥିଲା ଏବଂ ଯାହା ଦ୍ବାରା ଲଙ୍କାପୁର ଯାଏଁ ସେତୁ ମଧ୍ୟ ନିର୍ମାଣ କରାଯାଇଥିଲା । ସେହିପରି ଏବେ ପଶ୍ଚିମବଙ୍ଗରେ ଦୁଇଟି ଭାସମାନ ପଥର ଗଙ୍ଗାନଦୀ କୂଳରେ ଭାସୁଥିବାର ଦେଖିବାକୁ ମିଳିଛି ।
ଆଜ୍ଞା ହଁ ଏହା ବିଶ୍ବାସ ନହେଉଥିଲେ ମଧ୍ୟ ସତ । ପଶ୍ଚିମବଙ୍ଗର ହୁଗଲୀ ଜିଲ୍ଲାରେ ଶ୍ରୀରାମପୁରର ଗଙ୍ଗା ଘାଟରେ ଦେଖିବାକୁ ମିଳିଛି ଏପରି ୨ଟି ଅଦ୍ଭୁତ ଭାସମାନ ପଥର । ପ୍ରତ୍ୟେକ୍ଷଦର୍ଶୀଙ୍କ ମତରେ ସେହି ପଥରରେ ଶ୍ରୀରାମ ଲେଖାଥିବା ସେମାନେ ଦେଖିଛନ୍ତି । ଯେତେବେଳେ ଏହି ପଥରକୁ ହାତରେ ଉଠାଇ ଦେଖିଲେ, ତାହା ୬ରୁ ୭ କିଲୋ ଓଜନ ବିଶିଷ୍ଟ ହୋଇଥିବା ଅନୁମାନ କରିଥିଲେ । ପଥରଟି ଚିକ୍କଣ କଳା ରଙ୍ଗର ଥିଲା । ଏହାକୁ ଦେଖିବାକୁ ଗଙ୍ଗା ଘାଟରେ ପ୍ରବଳ ମାତ୍ରାରେ ସ୍ଥାନୀୟ ଲୋକଙ୍କର ଭିଡ଼ ଲାଗିଗଲା । ଏହା ପରେ ଏହି ପଥରକୁ ଗଙ୍ଗାରେ ଭସାଇ ଦେଇଥିଲେ ।
ସ୍ଥାନୀୟ ଲୋକଙ୍କ ମତରେ ରାମାୟଣ କାଳରେ ଶ୍ରୀରାମଙ୍କ ଦ୍ବାରା ପଥରରେ ତିଆରି ସେତୁ ବିଷୟରେ ଶୁଣିଥିଲେ, କିନ୍ତୁ ସେମାନେ ବାସ୍ତବରେ ଏପରି ପଥର ଦେଖିବାକୁ ପାଇଲେ ଏହା ପାଣି ଉପରେ ଭାସୁଥିଲା । ଏହି ବିଷୟରେ ବୈଜ୍ଞାନିକତଥ୍ୟ ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଯଦି ପଥରର ଘନତ୍ବ ପାଣିର ଘନତ୍ବ ଠାରୁ ଅଧିକ ଥାଏ , ତେବେ ପଥର ପାଣିରେ ଭାସିଥାଏ । ଏହାଛଡ଼ା ଯଦି କିଛି ପୂଜା ପାଠ ସମୟରେ ଥର୍ମୋକଲରେ ସିମେଣ୍ଟର ଆବରଣ ପ୍ରୟୋଗ କରି ଏପରି ଏକ ବସ୍ତୁ ନଦୀରେ ଭସାଇ ଦିଆଯାଇଥିବ ତେବେ ସେହି ବସ୍ତୁର ଭିତର ଅଂଶ ହାଲୁକା ଥିବା ହେତୁ ଏହା ପାଣିରେ ଭାସିବ ।