spot_img

Latest Posts

ଦେବଗଡ଼ ଗସ୍ତ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଅସିତ ତ୍ରିପାଠୀ

ଦେବଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ମଙ୍ଗଳବାର ଦେବଗଡ଼ ଗସ୍ତ କରିଛନ୍ତି । ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଶ୍ରୀ ତ୍ରିପାଠୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ ।

ଏହି ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ, ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ୍‌ ପ୍ରଧାନ, ବନଖଣ୍ଡ ଅଧିକାରୀ ମାଗଦ୍ୱର୍ଜ ରାଓସୋ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷି ଓ ମତ୍ସ୍ୟ ବିଭାଗର ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ, ଓଡ଼ିଶା ଜୀବିକା ମିଶନର ଅଧିକାରୀଙ୍କ ସମେତ ହିତାଧିକାରୀମାନେ ଉପସ୍ଥିତ ଥିଲେ ।

ଏମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିଛନ୍ତି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଲୋକମାନଙ୍କ ବିଭିନ୍ନ ସମସ୍ୟା ଦୂର କରି କିପରି ସେମାନେ ଉପକୃତ ହେବେ ସେ ନେଇ ରାଜ୍ୟସ୍ତରରେ ଆଲୋଚନା କରି ତାହାର ସମାଧାନ କରିବେ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି । ଜିଲ୍ଲାର ସର୍ବାଙ୍ଗୀନ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଶ୍ରୀ ତ୍ରିପାଠୀ ଅବଗତ ହୋଇଥିଲେ ।

ପରେ ଶ୍ରୀ ତ୍ରିପାଠୀ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ଅବସରରେ ସେ ଦେବଗଡ଼ ମହାବିଦ୍ୟାଳୟ ଯାଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ୪ କୋଟି ଟଙ୍କା ଅନୁଦାନରେ ନିର୍ମିତ ହେଉଥିବା ପ୍ରେକ୍ଷାଳୟର କାର୍ଯ୍ୟ ତଦାରଖ କରିଥିଲେ ।

Latest Posts

Don't Miss