ଉପନିର୍ବାଚନ ପୂର୍ବରୁ ବିଜେପୁରରେ ବିଜେପିକୁ ଶକ୍ତ ଧକ୍କା

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା । ଦଳର ବରିଷ୍ଠ ନେତା ତଥା ୨୦୧୮ ଉପ ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ବିଜେପି ଛାଡିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ଦଳ ଅଶୋକଙ୍କୁ ପ୍ରାର୍ଥୀ ନକରିବାକୁ ନେଇ ଅସନ୍ତୁଷ୍ଟ ଥିଲେ। ଅଶୋକଙ୍କ ସ୍ଥାନରେ ବିଜେପି ସନତ ଗରତିଆଙ୍କୁ ପ୍ରାର୍ଥୀ କରିଥିଲା। ଏଥର ଉପନିର୍ବାଚନରେ ମଧ୍ୟ ଅଶୋକ ଆଶା ବାନ୍ଧିଥିଲେ ଦଳ ତାଙ୍କୁ ପ୍ରାର୍ଥୀ କରିବ। ମାତ୍ର ସେଭଳି କିଛି ନହେବାରୁ ଏବେ ସେ ଦଳ ଛାଡ଼ିଥିବା ସୂଚନା ମିଳିଛି। ବରଗଡ଼ର ବିଜେପୁରରେ ଅଶୋକ ପାଣିଗ୍ରାହୀଙ୍କର ବେଶ୍ ଭଲ ଦବଦବା ରହିଥିଲା।
ଏବେ ତାଙ୍କର ଇସ୍ତଫା ପରେ ବିଜେପି ପୁଣିଥରେ ବ୍ୟାକ୍ ଫୁଟକୁ ଚାଲିଯାଇଛି। ବିଜେଡି ରୀତା ସାହୁଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିଛି। ଗତ କିଛିଦିନ ହେବ ଉପନିର୍ବାଚନରେ ଟିକେଟ ନମିଳିବାକୁ ନେଇ ଖୋଲାଖୋଲି ଗଣମାଧ୍ୟମ ଆଗରେ ଅସନ୍ତୋଷ ଜାହିର କରିଥିଲେ ଅଶୋକ ।
')}